୪୪ ମୃତ ଲୋକଙ୍କ ନାଁରେ ଭତ୍ତା : ଧରାପଡ଼ିବା ପ‌ରେ ବାଦ୍‌ ପଡ଼ିଲେ

୪୪ ମୃତ ଲୋକଙ୍କ ନାଁରେ ଭତ୍ତା

ଭୂତ ନେଇଥିବା ଭତ୍ତା ଟଙ୍କା କେବେ ଓ କିଏ ଆଦାୟ କରିବେ ?

କୋରେଇ : ଯାଜପୁର ଜିଲ୍ଲାର ବିଧବା ଭତ୍ତା ସଧବା ନେଉଥିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ମୃତଲୋକଙ୍କ ନାମରେ ବର୍ଷ ବର୍ଷ ଧରି ହଜାର ହଜାର ଲୋକ ରାସନ ନେଉଥିବା ଘଟଣା କରୋନା ବେଳେ ଧରାପଡ଼ିଥିଲା। ଏବେ କରୋନା ସମୟରେ ମରିଥିବା ଲୋକଙ୍କ ନାମରେ ଭତ୍ତା ଚଳୁ ହେଉଥିବା ଘଟଣା ପଦାକୁ ଆସିଛି। କୋରେଇ ବ୍ଲକ୍‌ର କେବଳ ଗୋଟିଏ ପଞ୍ଚାୟତ ମକୁନ୍ଦପୁରରେ ୪୪ଜଣ ମୃତଲୋକଙ୍କ ନାମରେ ମାସ ମାସ ଧରି ଭତ୍ତା ଟଙ୍କା ହଡ଼ପ ହୋଇଛି। ଏହି ଘଟଣା ତଦନ୍ତରେ ଜଣାପଡ଼ିବା ପରେ ସେମାନଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ‌ତେବେ, ଅସାଧୁମେଣ୍ଟ ‌‌ଭୂତ ଭତ୍ତା କେଳେଙ୍କାରୀକୁ ଘଣ୍ଟ ଘୋଟାଇବାକୁ ଲାଗିପଡ଼ିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି‌ ହୋଇଛି। ମକୁନ୍ଦପୁର ପଞ୍ଚାୟତରେ ଏକ ଭତ୍ତା ହଡ଼ପ ଘଟଣାର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମକୁନ୍ଦପୁର ପଞ୍ଚାୟତର ସୋଲପାଟିଆ ଗ୍ରାମର ବାଉଲି ଜେନା (୭୨) ଓ ସ୍ତ୍ରୀ ରଙ୍ଗବତୀ ଜେନା (୬୯) ୨୦୧୮ ମସିହାରେ ଭତ୍ତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ବିଗତ ୩ ବର୍ଷ ହେଲା ତାଙ୍କୁ ଭତ୍ତା ଟଙ୍କା ମଳିନି। ଏନେଇ ଅଭିଯୋଗ ହେବା ପରେ ମକୁନ୍ଦପୁର ପିଇଓ ସତ୍ୟରଞ୍ଜନ ଜେନା ଘଟଣାର ତଦନ୍ତ କରି ପଞ୍ଚାୟତର ଭତ୍ତା ହିତାଧିକାରୀଙ୍କର ତଦାରଖ କରିଥିଲେ। ଯେଉଁଥିରେ କି ମକୁନ୍ଦପୁର ପଞ୍ଚାୟତର ୪୪ ଜଣ ମୃତଲୋକ ଭତ୍ତା ନେଉଥିବାର ଜଣାପଡ଼ିଛି।
ସୂଚନା ଅନୁସାରେ, ମକୁନ୍ଦପୁର ଗ୍ରାମର ଝୁମୁର ବେୱା ଆଜିକୁ ବ‌ର୍ଷେ ହେବ ଆରପାରିରେ। ସେହିପରି କପିଳ ସେଠୀ ୪ ମାସ ହେଲା ମେଲେଣି, ଓସଳା ଗ୍ରାମର ଶଶଧର ଜେନା ୮ମାସ , ଜାଗୁଳେଇଗଡିଆ ଗ୍ରାମର ଶ୍ରୀମତୀ ମହାପାତ୍ର ୮ ମାସ ହେବ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ନାମରେ ଭତ୍ତା ଉଠୁଛି। କେବଳ ମକୁନ୍ଦପୁର ଗ୍ରାମରୁ ୨୦ ଜଣ ମଲା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିଶଙ୍ଖପୁର ଗ୍ରାମର ୩ ଜଣ, ଓସଳା ଗ୍ରାମର ୮ ଜଣ, ସୋଲପାଟିଆ ଗ୍ରାମର ୪ ଜଣ, ମଥୁରାପୁର ଗ୍ରାମର ୩ ଜଣ, ବିରିଡ଼ି ଗ୍ରାମର ୩ ଜଣ ଏବଂ ଜାଗୁଳେଇଗଡିଆ ଗ୍ରାମର ୩ ଜଣ ମଲା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଲକ୍ଷାଧିକ ଟଙ୍କାର ଭତ୍ତା କେଳେଙ୍କାରୀ ସମ୍ପର୍କ ପିଇଓ ଶ୍ରୀ ଜେନା କହିଛନ୍ତି, ମୃତ ହିତାଧିକାରୀ ଚିହ୍ନଟ କରାଯାଇଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସେ ଅବଗତ କରି ସେମାନଙ୍କୁ ଭତ୍ତା ତାଲିକାରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ଥିବା ଅଧିକାରୀମାନେ କିପରି ମଲାଲୋକଙ୍କୁ ଭତ୍ତା ପ୍ରଦାନ କରୁଥିଲେ, ସେ ସମ୍ପର୍କରେ ଉପରିସ୍ଥ ଅଧିକାରୀ ଯାହାକିଛି ନିଷ୍ପତ୍ତି ନେବେ ବୋଲି ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟପକ୍ଷରେ, ମୃତଲୋକଙ୍କୁ ଭତ୍ତା ପ୍ରଦାନ ଆଳରେ ଲକ୍ଷାଧିକ ଟଙ୍କା ଚଳୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ଏହା ଛଡା ଭୂତ ନେଇଥିବା ଭତ୍ତା ଟଙ୍କା କେବେ ଓ କିଏ ଆଦାୟ କରିବେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

Share Now:

Kalinga News Beuro

Next Post

କରୋନା ମୁକାବିଲା ପାଇଁ ଲମ୍ବା ଅଭିଯାନ ଆରମ୍ଭ: ସରପଞ୍ଚଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା

Tue May 18 , 2021
ଭୁବନେଶ୍ବର : ‘କୋଭିଡ ପରିଚାଳନାରେ ଗୋଷ୍ଠୀ ବା କମ୍ୟୁନିଟି ହେଉଛି ରାଜ୍ୟ ସରକାରଙ୍କର ମୁଖ୍ୟ ସ୍ତମ୍ଭ। ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନ୍‌ଏମ୍, ଆଶା, ଅଙ୍ଗନବାଡି କର୍ମୀ ଓ ମିସନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ ସରକାର କୋଭିଡ ପରିଚାଳନା କାମ ଜାରି ରଖିଛନ୍ତି। ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର […]
ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial