ଲୁଚକାଳି ଖେଳ ପାଇଁ ଚାଲିଗଲା ବାଳିକାଙ୍କ ଜୀବନ

ଲୁଚକାଳି ଖେଳ ହେଲା କାଳ

ମୁମ୍ବାଇ: ଏକ ଲିଫ୍‌ଟରେ ଲୁଚକାଳି ଖେଳୁଥିବା ବେଳେ ମୁମ୍ବାଇର ମନ୍‌ଖୁର୍ଡରେ ଜନୈକା ୧୬ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ରେଶମା ଖରାଭି ନାମ୍ନୀ ଏହି ବାଳିକା ଜଣକ ତାଙ୍କ ଜେଜେମା’ଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଝିଅଟି ସେଠାରେ ତା’ ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁଥିଲା। ଖେଳର ଏକ ଅଂଶ ଭାବରେ ନିକଟରେ ଲୁଚି ରହିଥିବା ତାଙ୍କ ସାଙ୍ଗମାନଙ୍କୁ ଖୋଜିବା ପାଇଁ ତା’ର ପାଳି ଥିଲା। ଲୁଚକାଳି ଖେଳରେ ଲୁଚିଥିବା ତା’ ସାଙ୍ଗମାନଙ୍କୁ ଖୋଜିବା ପାଇଁ, ସେ ସେଠାର ହାଉସିଂ ସୋସାଇଟିର ଲିଫ୍‌ଟରେ ଝରକା ପରି ସ୍ଥାନରେ ମୁଣ୍ଡ ଗଳାଇଥିବା ବେଳେ ଲିଫ୍ଟଟି ତଳକୁ ଖସିବାକୁ ଆରମ୍ଭ କରିଥିଲା, ଯାହା ଫଳରେ ବାଳିକାର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ଦୁର୍ଘଟଣାରେ ତାର ଜୀବନ ଚାଲି ଯାଇଥିଲା।
ବାଳିକା ଜଣଙ୍କର ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ସଂପୃକ୍ତ ହାଉସିଂ ସୋସାଇଟିର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି। ମୃତା ବାଳିକାଙ୍କ ପିତା ରବି ଖାରଭି କହିଛନ୍ତି ଯେ ଏହିପରି ଦୁଃଖଦ ଘଟଣାକୁ ଏଡାଇବା ପାଇଁ ହାଉସିଂ ସୋସାଇଟି ଲିଫ୍ଟର ଖୋଲା ସ୍ଥାନକୁ ଏପରି ବିପଦସଙ୍କୁଳ ଭାବେ ମୁକୁଳା ଛାଡ଼ିବା ଉଚିତ ନଥିଲା। ଘଟଣା ସଂପର୍କରେ ମୃତା ବାଳିକାଙ୍କ ପିତା ରବି ଖାରଭି ଥାନାରେ ଅଭିଯୋଗ କଲାପରେ ପୁଲିସ ଘଟଣା ସଂପର୍କରେ ତଦନ୍ତ କରିବା ସହ ଏହି ମାମଲାରେ ହାଉସିଂ ସୋସାଇଟିର ଅଧ୍ୟକ୍ଷ ଏବଂ ସଚିବଙ୍କୁ ଗିରଫ କରିଛି।

Share Now:

Kalinga News Beuro

Next Post

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ

Tue Nov 1 , 2022
ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ୱରର କୋଲାଥିଆରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ର ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ ମୃତ ଯୁବକଙ୍କ ନାମ ରାଜୀବ ଶ୍ରୀ ଚନ୍ଦନ ହୋଇଥିବାବେଳେ ସେ ଜଣେ ସରକାରୀ କର୍ମଚାରୀ ଥିଲେ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରାଜୀବଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ନିଶା ନିବାରଣ କେନ୍ଦ୍ରରେ ଏକ […]
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial