ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା। ଏଠାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡ଼ୁମରଅଡା ଗ୍ରାମର ପାର୍ବତୀ ଜାନୀ। ତାଙ୍କ ସ୍ୱାମୀ ନୀଳଧର ଜାନୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି l ଦୁହେଁ କିଛି ଦିନ ହେବ ନିଜ ଭଉଣୀ ଘର ଭଣ୍ଡିମାଲ ଗ୍ରାମକୁ ବୁଲିବାକୁ ଆସିଥିଲେ l ଘଟଣାସ୍ଥଳରେ କୋଡ଼ିଙ୍ଗା ପୁଲିସ ପହଞ୍ଚି ତଦନ୍ତ କରୁଛି।

Share Now:

Kalinga News Beuro

Next Post

ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି: ବିଜେପି ଓ ବିଜେଡିର ଅଗ୍ରାହ୍ୟ

Tue Apr 27 , 2021
ଭୁବନେଶ୍ବର: ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ। ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚୀନ। କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି। ଏହି ଉପନିର୍ବାଚନରେ ସରକାର ବଦଳି ଯିବନି। ତେଣୁ ସମସ୍ତେ ଭୋଟ୍ ଅପେକ୍ଷା […]
ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial