ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି: ବିଜେପି ଓ ବିଜେଡିର ଅଗ୍ରାହ୍ୟ

ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସର ଦାବି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଗ୍ରେସ ଦାବି କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ। ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚୀନ। କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି। ଏହି ଉପନିର୍ବାଚନରେ ସରକାର ବଦଳି ଯିବନି। ତେଣୁ ସମସ୍ତେ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନ କଥା ଭାବନ୍ତୁ। ପଶ୍ଚିମବଙ୍ଗ ଭଳି ପିପିଲି ଡେଲାଙ୍ଗରେ ନହେଉ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଞ୍ଚାଇବାକୁ ବିଜେପି, ବିଜେଡି ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛି କଂଗ୍ରେସ। ସେପଟେ କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଯାହା କହୁଛି, ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି। ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ। ତାପରେ ନିର୍ବାଚନ କମିସନଙ୍କୁ ଭେଟି ଦାବି ରଖନ୍ତୁ। ନିର୍ବାଚନ କମିସନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି। ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ ପ୍ରାର୍ଥୀଙ୍କ ସମେତ ପାଞ୍ଚ ଜଣ ବୁଲି ବୁଲି ପ୍ରଚାର କରୁଛନ୍ତି। କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କୋଭିଡ୍ ଗାଇଡଲାଇନ ଅନୁସାରେ ଉପନିର୍ବାଚନ କରିବାକୁ କହିଛି ବିଜେପି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ। ଏହା କେବଳ ପଲିଟିକାଲ ଗିମିକ। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ। ଯଦି ସମସ୍ତ ରାଜନୈତିକ ଶହେ ପ୍ରତିଶତ କୋଭିଡ୍ ନିୟମ ମାନି ନିର୍ବାଚନ ଲଢ଼ିବେ, ତେବେ ଏହା ଏକ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରିପାରିବ।

Share Now:

Kalinga News Beuro

Next Post

କରୋନା ସଂକଟରେ ବିଦେଶ ମୁହାଁ ବଲିଉଡ୍‌ କଳାକାର ଓ ଧନୀକ ବ୍ୟକ୍ତି

Tue Apr 27 , 2021
ନୂଆଦିଲ୍ଲୀ: କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଅକ୍ସିଜେନ ଓ ବେଡର ଘୋର ଅଭାବ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ଦେଶ ଛାଡି ବିଦେଶ ଅଭିମୁଖେ ଭାରତର ଧନୀ ଶ୍ରେଣୀର ବ୍ୟକ୍ତି। କିଛି ଦେଶ ଭାରତୀୟ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ କିଛି ଦେଶରେ ଏବେ ବି ଭାରତୀୟ ନାଗରିକଙ୍କୁ ପ୍ରବେଶ ଅନୁମତି ରହିଛି। ଯାହାର ସୁଯୋଗ ନେଇ ନିଜ ପରିବାର ସହ […]
ଧନୀକ ବ୍ୟକ୍ତି ଏବେ ବିଦେଶ ମୁହାଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial