ପୌର ନିର୍ବାଚନ : ଶେଷ ହେଲା ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା

ପୌର ନିର୍ବାଚନ

ରାଜ୍ୟରେ ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ ୬୯୩ ଜଣ ପ୍ରାର୍ଥୀ

ଭୁବନେଶ୍ବର :ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ଦିବସ। ଶେଷ ଦିନରେ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୪୫୪୧ଟି ମନୋନୟନ ପତ୍ର ଦାଖଲ ହୋଇଛି। ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୫୦୪ଟି ମନୋନୟନ ପତ୍ର ଦାଖଲ କରାଯାଇଛି। ଏହାକୁ ମିଶାଇ ଗତ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୬୪୫୯ଟି ମନୋନୟନ ପତ୍ର ଦାଖଲ ହୋଇଛି। ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୬୯୩ଟି ମନୋନୟନ ପତ୍ର ଦାଖଲ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

Share Now:

Kalinga News Beuro

Next Post

ପ୍ରାର୍ଥୀପତ୍ର ଦାଖଲ କଲେ ଭୁବନେଶ୍ୱର ଓ କଟକର ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀ

Mon Mar 7 , 2022
ଭୁବନେଶ୍ବର: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦୁଇ ମହାନଗର ନିଗମ ଭୁବନେଶ୍ୱର ଓ କଟକର ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ବିଜେପିର ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଠିକ୍ ସେହିପରି କଟକର ବିଜେଡି ମେୟର ପ୍ରାର୍ଥୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial