ଜୋତା ସୋ’ରୁମକୁ ବୋମାମାଡ଼ ଘଟଣା: ୪ ଜଣଙ୍କୁ ଗିରଫ କଲା କମିସନରେଟ ପୁଲିସ

ଜୋତା ସୋ’ରୁମ ଉପରକୁ ବୋମାମାଡ଼

ଭୁବନେଶ୍ବର: ସହିଦନଗର ଡଲଫିନ ଜୋତା ସୋରୁମ ଉପରକୁ ବୋମାମାଡ଼ ଘଟଣାରେ କମିସନରେଟ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ସୂଚନାଯୋଗ୍ୟ, ଡିସିପି କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏକ ଜୋତା ସୋ’ରୁମ୍‌ ଉପରକୁ ଗତକାଲି କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ସହିଦନଗର ଭଳି ଭିଭିଆଇପି ଓ ସୁରକ୍ଷିତ ଅଞ୍ଚଳରେ ବୋମାମାଡ଼ ହେବା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପାଇ ପୁଲିସ ସୋ’ରୁମ୍‌ ଓ ଆଖାପାଖରେ ଲାଗିଥିବା ସିସିଟିଭି ଯାଞ୍ଚ ଆରମ୍ଭ କରିଥିଲା। ଘଟଣା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ ଆରମ୍ଭ କରିଥିଲା। ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୯ଟା ୧୫ରେ ଜଣେ ଦୁର୍ବୃତ୍ତ ସୋ’ ରୁମ୍‌ ଉପରକୁ ଦୁଇଟି ଟେକା ପକାଇ ପଳାଇଥିଲା। ଏହାର କିଛି ସମୟ ପରେ ସୋ’ରୁମ ଉପରେ ଦୁଇଟି ବୋମା ପଡ଼ିଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ହଠାତ୍ ଏଭଳି ବୋମାମାଡ଼ ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ସଂପର୍କରେ ସୋ’ ରୁମ୍‌ ମାଲିକ ପ୍ରତ୍ୟୁଷ ଖଣ୍ଡାୟତ ଥାନାକୁ ଖବର ଦେଇଥିଲେ। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ବାଜପେୟୀଙ୍କ ଜନ୍ମଦିନରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

Mon Dec 26 , 2022
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ଜଣେ କଂଗ୍ରେସ କର୍ମକର୍ତ୍ତା ଦେଇଥିବା ଟିପ୍ପଣୀର ସମୟ ଉପରେ ‘ବିଜେପି’ ସନ୍ଦେହ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଅଟବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସମନ୍ବୟକର୍ତ୍ତା ଗୌରବ ପାନ୍ଧୀ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’କୁ ସମାଲୋଚନା କରି କହିଥିଲେ କି, ଭାରତ ଛାଡ଼ ଆନ୍ଦୋଳନ ସମୟରେ ବାଜପେୟୀ ‘ବ୍ରିଟିସ୍‌ ସୂଚନାଦାତା’ ଭାବେ କାର୍ଯ୍ୟ କରୁଥିଲେ। ସମ୍ପ୍ରତି ଡିଲିଟ୍‌ ହୋଇସାରିଥିବା […]
କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟୁଇଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial