ଚିକିତ୍ସା ବାହାନାରେ ରାଜଧାନୀରେ ଡାକ୍ତରଙ୍କୁ ଅପହରଣ : ୨୫ ଲକ୍ଷ ଦାବିକଲେ ଲେଡି ଡନ

ଚିକିତ୍ସା ବାହାନାରେ ରାଜଧାନୀରେ ଡାକ୍ତରଙ୍କୁ ଅପହରଣ

ଭୁବନେଶ୍ୱର: ଦେହ ଖରାପ ଅଛି, ତୁରନ୍ତ ଘରକୁ ଆସନ୍ତୁ କହି ଜଣେ ଡାକ୍ତରଙ୍କୁ ଡକାଇଲେ। ଆଉ ତାଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିଲେ। ରାଜଧାନୀରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣର ପର୍ଦ୍ଦାଫାଶ ହୋଇଛି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତିଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତ ୮ ତାରିଖରେ ଏହି ୪ ଜଣ ଯୋଜନା କରି ଦେହ ଖରାପ ଥିବାର ବାହାନା କରି ଜଣେ ଡାକ୍ତରଙ୍କୁ ଘରକୁ ଡାକିଥିଲେ। ଇରାନୀ ନିଜର ଦେହ ଖରାପ ଥିବାର କହି ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଡ଼କାଇଥିଲେ।
ଡାକ୍ତର ଜଣକ ଆସିବା ପରେ ତାଙ୍କୁ ଏମାନେ ବନ୍ଧକ ରଖି ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିଥିଲେ। ଡାକ୍ତରଙ୍କ କାର ଚାବି, ସୁନା ବ୍ରେସଲେଟ ଓ ମୋବାଇଲ ଫୋନ ନେଇଯିବା ସହ ଧମକ ଦେଇଥିଲେ ଯେ ଯଦି ୨୫ ଲକ୍ଷ ଟଙ୍କା ନ ଦେବେ ତେବେ ମିଛ ମାମଲାରେ ଫସାଇଦେବେ। ଏହାପରେ ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏହି ଅପରାଧୀମାନେ ଡାକ୍ତରଙ୍କୁ ଧମକ ଦେଇ ଅନଲାଇନ ପେମେଂଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ। ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ। ଏବାବଦରେ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ। ତେବେ ପୁଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇଜଣ ପୂର୍ବରୁ ଦୁଇଥର ଏଭଳି କାରନାମା କରିଥିଲେ।କିନ୍ତୁ ଏମାନଙ୍କ ଲୁଟର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିନଥିଲେ।

Share Now:

Kalinga News Beuro

Next Post

ନଜଣାଇ ‘ପୁଷ୍ପା : ଦି ରୁଲ’ର ରିଲିଜ୍ ତାରିଖ ଘୋଷଣା ପରେ ଅଲ୍ଲୁଙ୍କ ଉପରେ ରାଗିଲେ ଅଜୟ

Tue Sep 12 , 2023
ମୁମ୍ବାଇ: ‘ପୁଷ୍ପା: ଦ ରାଇଜ୍’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ସୋମବାର ସେ ଅପେକ୍ଷାର ଅନ୍ତ ଘଟାଇଥିଲେ ନିର୍ମାତା। ଇନଷ୍ଟାରେ ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଅଫିସିଆଲ ନିଜ ଇନଷ୍ଟା ପେଜରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲା। ଫିଲ୍ମଟି ଅଗଷ୍ଟ ୧୫, ୨୦୨୪ରେ ରିଲିଜ୍ ହେବ ବୋଲି ପୋଷ୍ଟରେ ଦେଖିବାକୁ ମିଳିଥିଲା।ଏବେ ରିଲିଜ୍ […]
‘ପୁଷ୍ପା ଦି ରୁଲ’ର ରିଲିଜ୍ ତାରିଖ ଘୋଷଣା-5

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial