ସର୍ବସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ ସର୍ବ ସମୁଖରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବାର ଖବର ମିଳିଛି। ସୂଚନା ମୁତାବକ ମହିଳା ସରପଞ୍ଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ, ତାଙ୍କ ସ୍ୱାମୀ ରଞ୍ଜନ କୁମାର ସାହୁ ଏବଂ ଦୁଇ ପୁଅ ଓ ଶଶୁର ମିଶି ସରପଞ୍ଚଙ୍କୁ କୋଭିଡ ଫାଇଲ ମାଗିଥିଲେ । କୋଭିଡ ଫାଇଲ ତାଙ୍କ ପାଖରେ ନାହିଁ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ଅଛି ସେ ଆସିଲେ ଫାଇଲ ଦେବି ବୋଲି କହିଥିଲେ। ହେଲେ ଲତାଙ୍ଗୀନ ସାହୁଙ୍କ ପରିବାର ଲୋକେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କୁ ସର୍ବ ସମୁଖରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଥିଲେ। ସରପଞ୍ଚଙ୍କ ସ୍ୱାମୀ ଉଦ୍ଧାର କରିବାକୁ ଗଲା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଆକ୍ରମଣକାରୀମାନେ ଧମକ ମଧ୍ୟ ଦେଇଥିବା ସରପଞ୍ଚ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

Share Now:

Kalinga News Beuro

Next Post

ସଙ୍ଗୀନ ହେଉଛି ରାଜଧାନୀ ସ୍ଥିତି: ଗତକାଲି ୭୦୮ ଆକ୍ରାନ୍ତ, ତିନି ମୃତ

Tue Apr 27 , 2021
ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ହଜାର ପାର୍ ଭୁବନେଶ୍ବର : କରୋନାରେ ଚଳିତବର୍ଷ ରାଜଧାନୀରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଏପ୍ରିଲ୍‌ରେ ୪ଜଣ ମରିଛନ୍ତି। ଗୋଟିଏ ଦିନରେ ତିନି ଆକ୍ରାନ୍ତଙ୍କର ମୃତ୍ୟୁ ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ରହିଥିବାରୁ ରାଜଧାନୀବାସୀ ସତର୍କ ରହିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି। ଗତକାଲି ରାଜଧାନୀରେ ୭୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୦ଜଣ ସୁସ୍ଥ […]
ସଂଗିନ ହେଉଛି ରାଜଧାନୀ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial