ରାଜଧାନୀରେ ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ସବୁ ସ୍କୁଲରେ କରାଯିବ ଡେଙ୍ଗୁ ସଚେତନତା

ଭୁବନେଶ୍ୱର : ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି। ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଘର ଘର ଅଭିଯାନରେ ଏଯାଏ ୪ ହଜାର ୩୦୯ ଘରକୁ ପହଞ୍ଚିଛି ବିଏମସି।
ବିଭିନ୍ନ ୱାର୍ଡରେ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହ ହଜାରେରୁ ଅଧିକ ମଶା ଲାର୍ଭା ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇଛି। ଭୁବନେଶ୍ୱରରେ ଏଯାବତ ୧୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୪୭୧ ରୋଗୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୫୦ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁକୁ ରୋକିକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସମୟରେ ସାଧାରଣ ଲୋକ ମଧ୍ୟ ସହଯୋଗ କରିବା ଏବଂ ନିଜ ଆଖପାଖ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର।

Share Now:

Kalinga News Beuro

Next Post

ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

Thu Aug 17 , 2023
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଗୁରୁବାର ନୂଆଗୁଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି କୋଡ଼ିଙ୍ଗା ପୁଲିସକୁ ଖବର ଦେଇଥିଲେ। କୋଡ଼ିଙ୍ଗା ପୁଲିସ ଓ କୋଷାଗୁମୁଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପୁଲିସ ଶବ […]
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial