ନନ୍ଦନକାନନରେ ଚିକିତ୍ସାଧୀନ ଗୁଳିବିଦ୍ଧ ଭାଲୁ ମୃତ

ଗୁଳିବିଦ୍ଧ ଭାଲୁ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଗୁଳିବିଦ୍ଧ ଅଣ୍ଡିରା ଦେଶୀ ଭାଲୁର ଅପରାହ୍ନରେ ମୃତ୍ୟୁ ହୋଇଛି। ପ୍ରାୟ ୫ ବର୍ଷ ବୟସର ଭାଲୁଟିକୁ ଚଳିତ ମାସ ୪ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନନ୍ଦନକାନନକୁ ଅଣାଯାଇଥିଲା। ତାକୁ କେହି ଶିକାରୀ ଗୁଳି କରିଥିଲା। ଫଳରେ ତା ଆଗ ଦୁଇ ଗୋଡ ମଝିରେ ଗୁଳିରହି ଅଚଳ ହୋଇଯାଇଥିଲା। ତାକୁ ଓୟୁଏଟି ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତାରେ ଅସ୍ତ୍ରୋପଚାର କରି ଗୁଳି କଢ଼ାଯାଇଥିଲା। ମାତ୍ର ସେ ପକ୍ଷଘାତର ଶିକାର ହୋଇଥିବାରୁ ତା ଆଗ ଗୋଡ ଦୁଇଟି ଅଚଳ ହୋଇଥିଲା। ସେ ଗୋଟିଏ ଜାଗାରେ ପଡି ରହୁଥିଲା। ପଡିରହିବା ଫଳରେ ତାର ବେଡ଼ ସୋର ହୋଇଥିଲା। ଦୈନଦିନ ତାର କ୍ଷତକୁ ସଫା କରିବା ସହିତ ତାକୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଉଥିଲା। ହେଲେ ଶେଷରେ ସେ ଆଖି ବୁଜିଛି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀରେ ଭୋର ୪ଟା ସୁଦ୍ଧା ବିବାହ

Tue May 31 , 2022
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ଆଜି ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ-ପାର୍ବତୀ (ଦେବ ଦମ୍ପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ […]
ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial