ବିଜେତ୍ରୀ ଫାଉଣ୍ଡେସନ ପକ୍ଷରୁ ମାଗଣା ସଂସ୍କାର କେନ୍ଦ୍ର

ବିଜେତ୍ରୀ ଫାଉଣ୍ଡେସନ ପକ୍ଷରୁ ମାଗଣା ସଂସ୍କାର କେନ୍ଦ୍ର

ଭୁବନେଶ୍ୱର : ବିଜେତ୍ରୀ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଭୁବନେଶ୍ୱରର ପାଣ୍ଡରା ସ୍ଥିତ, କୁମ୍ଭିରି ବସ୍ତିରେ ପ୍ରତ୍ୟକ ଦିନ ମାଗଣା ସଂସ୍କାର କେନ୍ଦ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଠାରୁ ଚାଲୁଅଛି। ବିଜେତ୍ରୀ ଫାଉଣ୍ଡେସନର ଡାଇରେକ୍ଟର ପ୍ରେମାନନ୍ଦ ନାଥ ଓ ଡଃ ସୁଦର୍ଶନ ରାଜ ଏହି ସଂସ୍କାର କେନ୍ଦ୍ରରେ ଛୋଟ ଛୋଟ ପିଲାମାନଙ୍କୁ କାହାଣୀ,ଗୀତ ଓ ସାଧାରଣ ଜ୍ଞାନ ମାଧ୍ୟମରେ କେମିତି ଜୀବନ ଗଢିବେ ଶିକ୍ଷା ଦିଅନ୍ତି। ଗତ କାଲି ତାଙ୍କୁ ସ୍କୁଲ ବ୍ୟାଗ ସହ ଖାତା କଲମ, ସାଧାରଣ ଜ୍ଞାନ ବହି ପେନ୍ସିଲ ବକ୍ସ, ପେନ୍ସିଲ୍ ସମେତ ଅନ୍ୟାନ୍ୟ କିଟ୍ ପ୍ରଦାନ କରାଗଲା। ସେହି ବସ୍ତିରେ କୌଣସି କମୁନିଟି ହଲ ବା କୌଣସି କ୍ଲବ ଘର ନଥିବାରୁ ଛାତ୍ର ଛାତ୍ରୀ ମାନେ ରାସ୍ତା ଉପରେ ଷ୍ଟ୍ରିଟ ଆଲୁଅରେ ଏହି କେନ୍ଦ୍ର ଚାଲୁଛି। ଏହି ମହାନ କାର୍ଯ୍ୟରେ ସହଯୋଗ କରିଥିଲେ କାର୍ତ୍ତିକେଶ୍ୱର ପରିଡ଼ା ଓ ସ୍ନେହସିସ୍ ନାୟକ।

Share Now:

Kalinga News Beuro

Next Post

ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Wed Jul 3 , 2024
ଭୁବନେଶ୍ଵର: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ […]
ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ବିୟୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial