ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇର ହେବ ନବକଳେବର : ଭଙ୍ଗା ହେବ ତାରିଣୀ ମନ୍ଦିର

ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଘୋଡ଼ା

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନ ହଟିବା ‌ପାଇଁ ନିଷ୍ପତ୍ତି ହେବା ପରେ ଏହି ଜାଗାକୁ ଏକ ନୂଆ ରୂପ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସ୍ମାର୍ଟ ସିଟି ଲିମିଟେଡ୍‌। ଏଥିପାଇଁ ଏକ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ ହେବା ସହ ସୌନ୍ଦର୍ଯ୍ୟୀକରଣ କାମ ଆଗେଇ ଚାଲିଛି। ଗତକାଲି ବିଡିଏ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ବିଏସ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘୋଡ଼ା ଚାରିପାଖରେ ୬ ପାର୍ଶ୍ବ ଯୋଦ୍ଧା ମୂର୍ତ୍ତି ରହିଛି। ଏହିସବୁ ମୂର୍ତ୍ତିର ରକ୍ଷଣାବେକ୍ଷଣ ଲାଗି ଗତକାଲିଠାରୁ ମରାମତି ଆରମ୍ଭ ହୋଇଛି। ପରେ ଏହାକୁ ରଙ୍ଗ ଦିଆଯାଇ ଯଥାସ୍ଥାନରେ ରଖାଯିବ। ସେହିଭଳି ମୂର୍ତ୍ତି ସଂଲଗ୍ନ ଚଟାଣକୁ ସମତୁଲ କରାଯାଉଛି। ଏହାପରେ ଏଠାରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ହେବ। ସେହିଭଳି ଏହି ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିବା ପାଇଁ ଯୋଜନା ହୋଇଛି। ପୂର୍ବରୁ ଏହାକୁ ଭାଙ୍ଗିବା ପାଇଁ ଯୋଜନା ହୋଇଥିଲା। ହେଲେ ମାମଲା କୋର୍ଟରେ ପହଞ୍ଚିଥିଲା ସେବେଠାରୁ ଏଠାରେ ସ୍ଥିତାବସ୍ଥା ଜାରି ହୋଇଛି। ଏହାକୁ ଉଚ୍ଛେଦ କରିବାପାଇଁ ସ୍ମାର୍ଟସିଟି କୋର୍ଟରେ ଆବେଦନ କରିବାକୁ ଯାଉଛି। ସ୍ଥିତାବସ୍ଥା କୋହଳ ହେଲେ ଏହାକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଦ୍ବିତୀୟ ଡୋଜ୍‌ ‌ଟକା ନେଇ ୮୭ ହଜାର ସଂକ୍ରମିତ: କେରଳରୁ ୪୬%

Fri Aug 20 , 2021
ଦେଶରେ ଆର୍‌ ଭାଲ୍ୟୁ ୧ ତଳେ ନୂଆଦିଲ୍ଲୀ: କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇ ସାରିଥିବା ୮୭ ହଜାରରୁ ଅଧିକ ଲୋକ ଦେଶରେ କରୋନା ସଂକ୍ରମିତ ‌ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ କେବଳ କେରଳରୁ। କେରଳରେ ପ୍ରଥମ ଡୋଜ୍‌ ଟିକା ନେବାପରେ ପ୍ରାୟ ୮୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ନେବାପରେ ୪୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମାମଲାଗୁଡ଼ିକ […]
ଦେଶରେ ଆର୍‌ ଭାଲ୍ୟୁ ୧ ତଳେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial