ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ରହିଥିବା ବଙ୍ଗାଳୀ ପ୍ରାଥମିକ ବିଦ୍ୟାଳୟ ଏବେ ଅସମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ୧୯୬୨ ମସିହାରେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟରେ ପରିଗଣିତ ହେଉଥିଲା। ଡିଏନକେ ଆରମ୍ଭ ହେବା ବେଳକୁ ଏହି ବିଦ୍ୟାଳୟ ଖୋଲାଯାଇଥିଲା। ତେବେ ଏହି ବିଦ୍ୟାଳୟରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଆଜି ବହୁ ଉଚ୍ଚ ପଦାଧିକାରୀ ହୋଇଥିବା ବେଳେ କିଛି ରାଜନୀତିରେ ମଧ୍ୟ ସକ୍ରିୟ ଭୁମିକା ଗ୍ରହଣ କରି ଆଗଧାଡିର ନେତା ବନିଛନ୍ତି। ତେବେ ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଏହି ବିଦ୍ୟାଳୟକୁ ଅସମାଜିକ ବ୍ୟକ୍ତିମାନେ ନିଜର ଆଡ୍ଡା ବନାଇ ଦେଇଛନ୍ତି। ଅନ୍ୟଦିଗରେ ଡିଏନକେ ପଡିଆ ପଟେ ରହିଥିବା ପାଚେରି ଭାଙ୍ଗିଯାଇଥିବାରୁ ସେହି ରାସ୍ତା ଦେଇ ସ୍କୁଲ ପରିସରରେ ପଶି ସେଠାରେ ମଦ ପିଇବା ସହ ଅନୈତିକ କାର୍ଯ୍ୟ କରାଯାଉଛି। ସ୍କୁଲ ପରିସରରେ ମଦ ବୋତଲର ଏକ ଡମ୍ପୟାର୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି। ସ୍କୁଲ କର୍ତ୍ତୃପକ୍ଷ ଯେତେ ଥର ମଧ୍ୟ ଏହି ମଦ ବୋତଲଗୁଡିକ ଫୋପାଡୁଛନ୍ତି ସେତେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି।
ଏନେଇ ବିଭାଗୀୟ ଅଧିକାରୀମାନେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ସ୍କୁଲ ପରିସର ଏବେ ଅଡ୍ଡା ବନିଯାଇଛି। ସ୍କୁଲର ପୁରୁଣା କୋଠାଗୁଡିକ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ଏହା କେତେବେଳେ ଯେ ଭୁଷୁଡିଯିବ କେହି କହିପାରିବେ ନାହିଁ। ଶିକ୍ଷା ବିଭାଗ ଏହି ସ୍କୁଲ କୋଠାକୁ ବ୍ୟବହାର ନକରିବା ପାଇଁ ତାଗିଦ କରିଥିବା ବେଳେ ଏହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରାଯାଉ ନାହିଁ। ଏବେ ସ୍କୁଲ ବନ୍ଦ ଥିବାରୁ ସବୁ ଲୋକଙ୍କ ଆଡ୍ଡାସ୍ଥଳୀ ଏହି ସ୍କୁଲ ପାଲଟିଛି। ଏଥିସହ ଯୁବକମାନେ ଏଠାରେ ଜୁଆ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ସଂପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏ ସ୍କୁଲ ପ୍ରତି ଧ୍ୟାନ ଦେଲେ ଏହାକୁ ପୁନରୁଦ୍ଧାର କରାଯାଇପାରିବ ବୋଲି କୁହାଯାଇଛି। ସ୍ଥାନୀୟ ସମାଜସେବୀ କେ.ଦେଶୀରାଜୁ ଆଚାରୀ ପ୍ରକାଶ କରିଛନ୍ତି ଯେ ତୁରନ୍ତ ଏହି ବିଦ୍ୟାଳୟର ପାଚେରୀକୁ ନିର୍ମାଣ କରାଯାଉ। ଏଥିସହ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ବୋଲି ଦାବି କରିଛନ୍ତି। ତେବେ ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ଓଲଟିଲା ଏସିଡ଼ ଗାଡ଼ି, ଡାଇଭର-ହେଲପର ଗୁରୁତର

Fri Jul 2 , 2021
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନୀପାଲି ନିକଟରେ ଓଲଟିଲା ଏସିଡ଼ ଗାଡି। ଡ୍ରାଇଭର ଓ ହେଲପର ଗୁରୁତର ଆହତ। ଆଜି ବରଗଡ଼ ଜିଲ୍ଲା ସୋହେଲା ଦଶମାଇଲରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯାଉଥିବା ବେଳେ ସୋନପୁର-ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ବିନିକା ଦାନୀପାଲି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇଁ ଦୁଇଟି ଦମକଳ ଗାଡି ପହଞ୍ଚି ଗାଡ଼ିରୁ ଲିକ ହେଉଥିବା ଏସିଡକୁ ଆୟତ୍ତ କରୁଛି। ଘଟଣାସ୍ଥଳରେ […]
ଓଲଟିଲା ଏସିଡ଼ ଗାଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial