ମିଳିଲାନି ପିଡିଏସ୍‌ ଚାଉଳ : ଏନ୍‌ଏସି ଅଫିସ୍‌ ଆଗରେ ବିକ୍ଷୋଭ କଲେ ହିତାଧିକାରୀ

ବିନିକା: ଯୋଗାଣ ନିରୀକ୍ଷକଙ୍କ ପ୍ରତିଶ୍ରୁତି ପରେ ବି ମିଳିଲାନି ପିଡିଏସ୍‌ ଚାଉଳ। ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ହିତାଧିକାରୀମାନେ ବୁଧବାର ସ୍ଥାନୀୟ ଏନ୍‌ଏସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ଏହି ୱାର୍ଡର ହିତାଧିକାରୀମାନେ ପିଡିଏସ୍‌ ଚାଉଳ ଠିକ୍‌ ଭାବେ ପାଉନଥିଲେ। ଗତ ୭ ତାରିଖ ଦିନ ୱାଡ଼ସଭ୍ୟା ଆଶାରାଣୀ ପଣ୍ଡା ଏନେଇ ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇଙ୍କୁ ଅଭିଯୋଗ କରିଥିଲେ। ଯୋଗାଣ ନିରୀକ୍ଷକ ଶ୍ରୀ ଭୋଇ ଏହି ୱାର୍ଡକୁ ଆସି ହିତାଧିକାରୀମାନେ ୯ କ୍ୱିଣ୍ଟାଲ ୪୫ କେଜି ଚାଉଳ ପାଇ ନଥିବା ତାଲିକା ପ୍ରସ୍ତୁତ କରି ଶୀଘ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୁଧବାର ହିତାଧିକାରୀମାନେ ଡିଲର ପାଖକୁ ଯାଇଥିଲେ। କିନ୍ତୁ, ଡିଲର ସେମାନଙ୍କୁ ରୋକଠୋକ ମନା କରିଦେଇଥିଲେ।
ଫଳରେ ସେମାନେ ଯୋଗାଣ ନିରୀକ୍ଷକ ଶ୍ରୀ ଭୋଇଙ୍କୁ ଫୋନ୍‌ରେ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ଫୋନ୍‌ ବନ୍ଦ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅପରାହ୍ନରେ ହିତାଧିକାରୀମାନେ ଏନ୍‌ଏସି କାର୍ଯ୍ୟାଳୟକୁ ଆସି ମୁଖ୍ୟ ଫାଟକ‌ରେ ବି‌କ୍ଷୋଭ ପ୍ରଦର୍ଶନ କରିଥିଲେ। ଏନଏସି ଅଧ୍ୟକ୍ଷ ସୁବାସ ଭୋଇ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପଧାନ ଉଭୟେ ଯୋଗାଣ ନିରୀକ୍ଷକଙ୍କ ସହିତ ଗୁରୁବାର ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିବା ପରେ ସେମାନେ ଫେରିଥିଲେ। ଗୋପୀନାଥ ପଣ୍ଡାଙ୍କ ନେତୃତ୍ଵରେ ଧୁବଳେ ନାଗ, ଆରତୀ ବାଗ, ଗଣେଶ ମାଝି, ମାଖିନୀ ବାଘ, ରମେଶ ଘିବିଲା, ଫୁଲ ବାଘ, କୃଷ୍ଣ ନାଗ ସମେତ ଅନେକ ଖାଉଟି ସାମିଲ ଥିଲେ।

Share Now:

Kalinga News Beuro

Next Post

ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ

Thu Jan 11 , 2024
କଳାହାଣ୍ଡି: ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ। କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି। କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଞ୍ଚଳ ପାଇଁ ଅନେକ କିଛି କରିପାରିବେ। ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି। କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ପରେ ରାଜନୈତିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial