ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ

କଳାହାଣ୍ଡି: ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ। କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି। କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଞ୍ଚଳ ପାଇଁ ଅନେକ କିଛି କରିପାରିବେ। ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି। କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ପରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ୮ଟି ରାଜ୍ୟର କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।
ଗତକାଲି ସେ କଳାହାଣ୍ଡିରେ ପହଞ୍ଚିବାପରେ ତାଙ୍କୁ ଭବାନୀପାଟଣା ସହରରେ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭକ୍ତ ଦାସ କହିଛନ୍ତି, ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିକାଶ ପାଇଁ ୨୭୨ କୋଟି ଟଙ୍କା କଂଗ୍ରେସ ଅମଳରେ ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ନୂଆପଡ଼ା, ଖଡ଼ିଆଳ, ଭବାନୀପାଟଣା ଓ ଧର୍ମଗଡ଼ରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି। ସବୁ ଗାଁକୁ ପିଚୁ ଓ କଂକ୍ରିଟ୍ ରାସ୍ତା ସହ ବିଜୁଳି ସଂଯୋଗ କରାଯାଇଛି ବୋଲି କହିଛନ୍ତି ଭକ୍ତ ଦାସ। ୨୦୦୯ରେ ଶେଷ ଥର ପାଇଁ ସେ କଂଗ୍ରେସ ଟିକେଟରେ କଳାହାଣ୍ଡି ଆସନରୁ ଜିତିଥିଲେ।

Share Now:

Kalinga News Beuro

Next Post

ଜାନୁଆରି ୩୧ରୁ ସଂସଦରେ ବଜେଟ୍‌ ଅଧିବେଶନ : ଦ୍ଵିଗୁଣ ହୋଇପାରେ ମହିଳା ଚାଷୀଙ୍କ ଆୟ

Thu Jan 11 , 2024
ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଂସଦ ଏବେଠାରୁ ପ୍ରସ୍ତୁତ ହେଲାଣି। ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନୀ ଦିବସରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି‌ବେ। ଅଧିବେଶନରେ ଏଥର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଅନୁମାନ କରାଯାଉଛି। ଅଧିବେଶନ ପାଇଁ ସଂସଦ ପ୍ରସ୍ତୁତ ହେଉଥିବା ବେଳେ ଏହାରି ମଧ୍ୟରେ ଏକ ବଡ଼ ସୂଚନା ମଧ୍ୟ ହସ୍ତଗତ ହୋଇଛି। ସୂଚନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial