ଜାନୁଆରି ୧୭ରୁ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବ ଦ୍ୱିତୀୟ ତେଜସ୍ ଏକ୍ସପ୍ରେସ୍

ମୁମ୍ବାଇ: ଦିଲ୍ଲୀ ଏବଂ ଲକ୍ଷ୍ନୌ ପରେ ଏବେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ତଜେସ୍ ଏକ୍ସପ୍ରେସ୍ ଚଳାଚଳ କରିବ। ଆସନ୍ତାବର୍ଷ ୧୭ ତାରିଖରୁ ଏହି ଟ୍ରେନ ଚାଲିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି। ତେବେ ବାଣିଜ୍ୟିକ ଚଳାଚଳ ଜାନୁଆରି ୧୯ ତାରିଖରୁ ଅହମ୍ମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ପରିଚାଳନାରେ ଚାଲୁଥିବା ଏହି ଟ୍ରେନ୍‌ରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳୁଛି। ଅହମ୍ମବାଦ ଓ ମୁମ୍ବାଇର ଦୂରତାକୁ ଉକ୍ତ ଟ୍ରେନ୍ ସାଢ଼େ ୬ ଘଣ୍ଟା ମଧ୍ୟରେ ପୂର୍ଣ୍ଣ କରିବ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ ସ୍ଲାଇଡିଂ ଡୋର୍‌, ପଢ଼ିବା ପାଇଁ ଲାଇଟ୍‌, ମୋବାଇଲ ଚାର୍ଜି ପଏଣ୍ଟ, ଆଟେଣ୍ଡାଣ୍ଟ କଲ୍ ବଟନ, ବାୟୋ ଟଏଲେଟ, ସ୍ୱୟଂକ୍ରିୟ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାର, ସିସିଟିଭି କ୍ୟାମେରା, ଆରାମ ଦାୟକ ସିଟ୍ ଆଦି ରହିଛି ବୋଲି ଶ୍ରୀ ଭାକଡ଼ କହିଛନ୍ତି। ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ। ଅହମ୍ମଦାବାଦରୁ ଏହି ଟ୍ରେନ୍ ସକାଳ ୬ଟା ୪୦ରୁ ଛାଡ଼ି ମୁମ୍ବାଇରେ ଅପରାହ୍ଣ ୧ଟଶ ୧୦ ମିନିଟରେ ପହଞ୍ଚିବ। ସେହିଭଳି ମୁମ୍ବାଇରୁ ଏହି ଟ୍ରେନ୍ ଅପରାହ୍ଣ ୩ଟା ୪୦ରୁ ବାହାରି ଅହମ୍ମଦାବାଦରେ ରାତି ୯ଟା ୫୫ରେ ପହଞ୍ଚିବ।

Share Now:

Kalinga News Beuro

Leave a Reply

Next Post

ଏସ୍‌ପ୍ଲାନେଡ ମଲ୍‌ରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନ୍ଦ କରିଦେଲେ ମଲ୍‌

Mon Dec 30 , 2019
ଭୁବନେଶ୍ୱର : କାର୍ଯ୍ୟରତ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସପ୍ଲାନେଡ୍ ମଲ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଏବଂ ଦୁଇଜଣ ସୁରକ୍ଷାକର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ। ମଲ୍ ଖୋଲିବା ପରେ ଆଜି ସାମ୍ବାଦିକମାନେ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ପୁଲିସ ଦୁଇ ସୁରକ୍ଷାକର୍ମୀ ପଙ୍କଜ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial