ଭାରତ ପାଇଁ ଚିନ୍ତାର କାରଣ ଚୀନର ନଦୀବନ୍ଧ

ଏଲଏସି ନିକଟରେ ଚୀନର ନଦୀବନ୍ଧ

ନୂଆଦିଲ୍ଲୀ : ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ ସହ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଇତିମଧ୍ୟରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପର ଉପଗ୍ରହ ଚିତ୍ର ସାମ୍ନାକୁ ଆସିଛି। ଏହା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢିଯାଇଛି। ଆମେରିକାର ଇଣ୍ଟେଲ ଲ୍ୟାବର ଭୂବିଜ୍ଞାନ ଗବେଷକ ଡାମିଏନ୍ ସାଇମନ୍ ଏହି ଚିତ୍ରଗୁଡ଼ିକୁ ଜାରି କରି କହିଛନ୍ତି ଯେ ମେ ୨୦୨୧ ରେ ତିବ୍ଦତର ବୁରାଙ୍ଗ ଅଂଚଳରେ ଥିବା ମାବଜା ଜାଙ୍ଗବୋ ନଦୀରେ ଚୀନ ନିର୍ମାଣ କରୁଥିବା ବନ୍ଧର ଏହା ଏକ ପ୍ରମାଣ। ଉତ୍ତରାଖଣ୍ଡ ରାଜ୍ୟ ଏହି ଅଞ୍ଚଳଠାରୁ ଅଳ୍ପ ଦୂରରେ ରହିଛି।
ଭାରତ ପାଇଁ କାହିଁକି ଏହା ଚିନ୍ତାର କାରଣ ?
ଏହି ନଦୀବନ୍ଧ ସଂପୂର୍ଣ୍ଣ ହେବା ପରେ ଭାରତ ପାଇଁ ସମସ୍ୟା ଆରମ୍ଭ ହୋଇଯାଇପାରେ। କାରଣ ୟାର୍ଲୁଙ୍ଗ ଜାଙ୍ଗବା ନଦୀ ଭାରତରେ ବ୍ରହ୍ମପୁତ୍ର ଭାବେ ଜଣାଶୁଣା। ଭାରତ ଓ ବାଂଲାଦେଶ ଲୋକଙ୍କ ଜୀବନଜୀବିକା ପାଇଁ ଏହି ନଦୀ ବେଶ ଗୁରୁତ୍ତ୍ଵପୂର୍ଣ୍ଣ। ନଦୀବନ୍ଧ ହେବା ପରେ ଚୀନ ନିଜ ଇଚ୍ଛା ଅନୁସାରେ ନଦୀର ପାଣି ଅଟକାଇଦେବ। ଅନ୍ୟପକ୍ଷରେ ନେପାଳ-ଭାରତ ଓ ଚୀନ ତ୍ରିଛକି ନିକଟରେ ମାବଜା ଜାଙ୍ଗବୋ ନଦୀରେ ଚୀନ ନିର୍ମାଣ କରୁଥିବା ବନ୍ଧ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। କାରଣ ଏହି ନଦୀ ଗଙ୍ଗାର ଏକ ଉପନଦୀଭାବେ ଜଣାଶୁଣା। ଏସବୁ ନଦୀବନ୍ଧ ଦ୍ୱାରା ଚୀନ ଚାହିଁଲେ ଭାରତରେ ମରୁଡ଼ି କିମ୍ବା ବନ୍ୟା କରିପାରିବ। ଏଣୁ ଭାରତ ପାଇଁ ଏହା ଚିନ୍ତାର କାରଣ ହୋଇଛି।

Share Now:

Kalinga News Beuro

Next Post

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲାଇଲା ପୁଲିସ୍

Sat Jan 21 , 2023
ହାଟଡ଼ିହି: ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ମହିଳା ଜଣକୁ ଗାଡ଼ିରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଧରି ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନଯାଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ରୋଚକ କଥା ହେଲା ଯେ, ପୀଡିତାଙ୍କୁ ପୁଲିସ ସୋସୋ ଥାନାରୁ ୨୮ […]
ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial