ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହେଲେ ପର୍ବତାରୋହୀ ଅନୁରାଗ ମାଲୂ

ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହେଲେ ଅନୁରାଗ ମାଲୂ

ନୂଆଦିଲ୍ଲୀ: ନେପାଳର ଅନ୍ନପୂର୍ଣ୍ଣା ପର୍ବତ ଶୃଙ୍ଗର ଗଭୀର ବରଫ ଫାଟରେ ପଡ଼ି ସୋମବାରଠାରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୂଙ୍କୁ ଉଦ୍ଧାରକାରୀମାନେ ଜୀବନ୍ତ କିନ୍ତୁ, ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିବା କଥା ତାଙ୍କ ଭାଇ କହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ୩୪ ବର୍ଷିୟ ଭାରତୀୟ ଉଦ୍ୟୋଗୀ ତଥା ଅଭିଜ୍ଞ ପର୍ବତାରୋହୀ ଅନୁରାଗ ମାଲୂ ସୋମବାର ଦିନ ‘ଚତୁର୍ଥ କ୍ୟାମ୍ପ୍‌’ରୁ ଫେରୁଥିବା ବେଳେ ‘ତୃତୀୟ କ୍ୟାମ୍ପ୍‌’ ତଳେ ଥିବା ବରଫ ଫାଟ ଭିତରକୁ ପଡ଼ିଯାଇଥିଲେ। ସୂଚନାଯୋଗ୍ୟ, ଅନ୍ନପୂର୍ଣ୍ଣା ଶୃଙ୍ଗ ହେଉଛି ବିଶ୍ବର ୧୦ମ ବୃହତ୍‌ ପର୍ବତ ଶୃଙ୍ଗ।
ତାଙ୍କ ଭାଇ ସୁଧୀର କହିଛନ୍ତି, ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅତି ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଛି। ଏବେ ଆମେ ତାଙ୍କ ଚିକିତ୍ସା ପ୍ରତି ଧ୍ୟାନ ଦେବା। ସୂଚନାଯୋଗ୍ୟ, ମାଲୂ ୮୦୦୦ ମିଟର୍‌ରୁ ଊର୍ଦ୍ଧ୍ବ ୧୪ଟି ଶୃଙ୍ଗ ଏବଂ ୭ଟି ମହାଦେଶରେ ଥିବା ୭ଟି ସର୍ବୋଚ୍ଚ ଶୃଙ୍ଗ ଆରୋହଣ ଅଭିଯାନରେ ବାହାରିଛନ୍ତି। ‘ୟୁଏନ୍‌ ଗ୍ଲୋବାଲ୍‌ ଗୋଲ୍‌’ ପ୍ରତି ସଚେତନତା ସୃଷ୍ଟି ଓ ତାହାକୁ ତ୍ବରାନ୍ବିତ କରିବା ତାଙ୍କର ଉଦ୍ଦେଶ୍ୟ।

Share Now:

Kalinga News Beuro

Next Post

୨ବର୍ଷ ପରେ ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Thu Apr 20 , 2023
ମୋହାଲି: ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଅଧିନାୟକ ପଦ ଛାଡ଼ିବାର ୨ବର୍ଷ ପରେ ଆଜି ପୁଣି ଥରେ ଦାୟିତ୍ବ ସମ୍ଭାଳିଛନ୍ତି ବିରାଟ କୋହଲି। ଗୁରୁବାର ଦିନ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ ପାଇଁ ଆରସିବିର ଅଧିନାୟକ ହୋଇଛନ୍ତି ବିରାଟ। ଆରସିବି ଅଧିନାୟକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଆଜି ହଠାତ୍ ଟସ୍ ପଡ଼ିବା ସମୟରେ ତାଙ୍କୁ ପଡ଼ିଆରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କ୍ରିକେଟପ୍ରେମୀ। ବିରାଟ ପଦ […]
ଆରସିବିର ଅଧିନାୟକ ହେଲେ ବିରାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial