ପୃଥିବୀ ଆଡକୁ ମାଡିଆସୁଛି ବୁର୍ଜ ଖଲିଫା ଆକାରର ଉଲକା ପିଣ୍ଡ

ପୃଥିବୀ ଆଡକୁ ମାଡିଆସୁଛି

ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡକୁ ଏକ ଉଲକା ପିଣ୍ଡ ମାଡିଆସୁଛି। ଏହା ରବିବାର ଅର୍ଥାତ୍ ଜୁନ୍ ୧୧, ୨୦୨୩ରେ କିଛି ସମୟ ପୃଥିବୀ ନିକଟ ଦେଇ ଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ବିଶେଷ କଥା ଯେ ଏହି ଉଲକାର ଆକାର ବୁର୍ଜ ଖଲିଫା ପରି ହୋଇଥିବାବେଳେ ଏହା ଦୁନିଆର ସବୁଠାରୁ ବଡ ବିଲଡିଂ ଆକାରର ବୋଲି ଜଣାପଡିଛି। ଏହି ଉଲକା ପୃଥିବୀଠାରୁ ପ୍ରାୟ ୩୧ ଲକ୍ଷ କିଲୋମିଟର ଦୂରରେ ଆସୁଥିବାବେଳେ ଏହି ଦୂରତା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ପ୍ରାୟ ଆଠ ଗୁଣ। ନାସା ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହା ପୃଥିବୀଠାରୁ ଏକ ସୁରକ୍ଷିତ ଦୂରତ୍ୱ ଦେଇ ଗତି କରିବାକୁ ଥିବାବେଳେ ଯଦି ଏହାର ଦିଗ ପରିବର୍ତ୍ତନ ହୁଏ, ତେବେ ପୃଥିବୀ ପାଇଁ କ୍ଷତି ପହଞ୍ଚାଇପାରେ।
ଏହି ଉଲକାର ନାମ ହେଉଛି ୧୯୯୪ଏକ୍ସଡି। ଏହାର ମୋଟେଇ ୧୨୦୦ ରୁ ୨୭୦୦ ଫୁଟ। ନାସା ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ଏହି ଉଲକା ପିଣ୍ଡଟି ଯେହେତୁ ପୃଥିବୀଠାରୁ ଖୁବ କମ ଦୂରତା ଦେଇ ଅତିକ୍ରମ କରିବ, ତେଣୁ ଏହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଛି। ଉଲ୍ଲେଖ ଥାଉ କି ମହାକାଶରୁ ଆସୁଥିବା ଉଲକା ପିଣ୍ଡ ଯାହାର ଆକାର ୪୬୦ ଫୁଟରୁ ଅଧିକ ହୋଇଥାଏ ଓ ପୃଥିବୀଠାରୁ ୭୪ କିଲୋମିଟର ଦୂରତା ଭିତରେ ଗତି କରିଥାଏ, ତାହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଥାଏ। ବୈଜ୍ଞାନିକଙ୍କ ଗଣନା ମୁତାବକ ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଉଲକା ପିଣ୍ଡ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଯଦିଓ ନାହିଁ, କିନ୍ତୁ ଯଦି ଉଲକା ପିଣ୍ଡର ଗତି ଓ ଦିଗରେ କୌଣସି ପରିବର୍ତ୍ତନ ହୁଏ ତେବେ ଏହା ପୃଥିବୀ ପାଇଁ ବିପଦ ସାଜିପାରେ।

Share Now:

Kalinga News Beuro

Next Post

ବର୍ଷାରେ ଭିଜିଲା କଟକ : ଗରମରୁ ସାମାନ୍ୟ ଆଶ୍ଵସ୍ତି ପାଇଲେ ସହରବାସୀ

Sat Jun 10 , 2023
କଟକ: ଅସହ୍ୟ ଗରମ ଗୁଳିଗୁଳିରୁ ମିଳିଲା ଆଶ୍ଵସ୍ତି। କଟକରେ ଅପରାହ୍ନ ୩.୩୦ ମିନିଟରୁ ପାଗ ବଦଳିବା ପରେ ବର୍ଷା ହୋଇଛି। ୧୫ ମିନିଟ୍ ଧରି କଟକରେ ମଧ୍ୟମଧରଣର ବର୍ଷା ହେବା ପରେ ଲୋକଙ୍କୁ ଗରମରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। କଟକ ସହରରେ ଆଜି ଅପରାହ୍ନ ୨ଟା ଯାଏଁ ପ୍ରଚଣ୍ଡ ଖରା ହେଉଥିବା ବେଳେ ଅପରାହ୍ନ ୩.୩୦ ମିନିଟ ବେଳକୁ ପାଗରେ ପରିବର୍ତ୍ତନ ଆସିଥିଲା। ଆକାଶରେ ମେଘ ଘୋଟି ଆସିବା ସହ […]
ବର୍ଷାରେ ଭିଜିଲା କଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial