ଲକ୍ଷଦ୍ୱୀପରେ ସରକାରଙ୍କ ବଡ଼ ଯୋଜନା : ମିନିକୟ ଦ୍ୱୀପରେ ହେବ ଏୟାରପୋର୍ଟ‌

ନୂଆଦିଲ୍ଲୀ: ମାଳଦ୍ୱୀପ ସହ ବିବାଦ ଭିତରେ କେନ୍ଦ୍ର ସରକାର ଲକ୍ଷଦ୍ୱୀପର ବିକାଶ ପାଇଁ କେତେକ ବଡ଼ ଯୋଜନା କରୁଛନ୍ତି। ଏବେ ମିନିକୟ ଦ୍ୱୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ। ସରକାର ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଏହାର ଉପଯୋଗ ଆରବ ସାଗର ଏବଂ ଭାରତ ମହାସାଗର ଅଞ୍ଚଳରେ ନଜର ରଖିବା ଦିଗରେ ନିର୍ଣ୍ଣାୟକ ହେବ। ଏହା ସହିତ ଏହା ପର୍ଯ୍ୟଟନର ବିକାଶ ଦିଗରେ ମଧ୍ୟ ସହାୟକ ହେବ।

Share Now:

Kalinga News Beuro

Next Post

ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଗଣଦୁଷ୍କର୍ମ ପରେ ହତ୍ୟା

Wed Jan 10 , 2024
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବା ତାଙ୍କର ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୁଲିସ। ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିବାପରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଟକଥିବା ଯୁବକ ଓ ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial