ରେଳ କର୍ମଚାରୀଙ୍କୁ କେନ୍ଦ୍ରସରକାରଙ୍କ ଦୀପାବଳୀ ଉପହାର : ମିଳିବ ୭୮ ଦିନର ବୋନସ

ରେଳ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି। ପ୍ରତିବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ, ୧୧.୨୭ ଲକ୍ଷ ଅଣ-ଗେଜେଟେଡ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ପିଏଲବି ପ୍ରଦାନ କରାଯାଇଛି। ୭୮ଦିନ ପାଇଁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କାର ବୋନସ ଦିଆଯାଏ। ଟ୍ରାକ୍‌ ରକ୍ଷଣାବେକ୍ଷଣ କର୍ମଚାରୀ, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲ୍ପର, କଣ୍ଟ୍ରୋଲର, ପଏଣ୍ଟସମେନ, ମନ୍ତ୍ରାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀ ଭଳି ବର୍ଗରେ ରେଳ କର୍ମଚାରୀଙ୍କୁ ଉପରୋକ୍ତ ପରିମାଣର ବୋନସ ଦିଆଯାଇଛି। ରେଳ କର୍ମଚାରୀଙ୍କୁ ୭୮ଦିନର ପିଏଲବି ପ୍ରଦାନ କରିବା ଲାଗି ରାଜକୋଷ ଉପରେ ୧୮୩୨.୦୯ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିଛି। କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ବେ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରିବା ଲାଗି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Share Now:

Kalinga News Beuro

Next Post

ବିଜେପିରେ ଯୋଗ ନଦେବାରୁ ବିସିସିଆଇ ଅଧ୍ୟକ୍ଷ ପଦ ହରାଇବେ ଗାଙ୍ଗୁଲି : ଟିଏମସି

Wed Oct 12 , 2022
ନୂଆଦିଲ୍ଲୀ: ବିସିସିଆଇ ବର୍ତ୍ତମାନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ନିଶ୍ଚିତ କରିଛି। କିଛି ଦିନ ମଧ୍ୟରେ ବୋର୍ଡର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ବିସିସିଆଇ ଅଧ୍ୟକ୍ଷ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ବିସିସିଆଇ ଅଧ୍ୟକ୍ଷ କରିବ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ଗୃହମନ୍ତ୍ରୀ […]
କ୍ରିକେଟର ସୌରଭ ଗାଙ୍ଗୁଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial