ଆଜି ଖସିବ ବିରାଟ ଉଲ୍‌କାପିଣ୍ଡ, ପୃଥିବୀ ନିରାପଦ

ଆଜି ଖସିବ ବିରାଟ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ : ଆସନ୍ତାକାଲି ଏକ ବିରାଟ ଉଲ୍‌କାପିଣ୍ଡ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଏହା ଭୂପୃଷ୍ଠରେ ପତିତ ହେବନାହିଁ ବୋଲି ନାସା ସ୍ପଷ୍ଟ କରିଛି। ଇଜିପ୍ଟ ସ୍ଥିତ ପ୍ରଖ୍ୟାତ ଗିଜା ପିରାମିଡ୍‌ର ପ୍ରାୟ ଦୁଇଗୁଣା ଆୟତନ ବିଶିଷ୍ଟଏହି ଉଲ୍‌କାର ଗତିପଥକୁ ନାସା ପକ୍ଷରୁ ନିରନ୍ତର ଅନୁଧ୍ୟାନ କରାଯାଉଛି। ୨୦୧୦ ମାର୍ଚ୍ଚ ୧୮ରେ ଆବିଷ୍କୃତ ୪୬୫୮୨୪(୨୦୧୦ ଏଫ୍‌ଆର୍‌) ନାମକ ଏହି ମହାଜାଗତିକ ବସ୍ତୁଟିର ବ୍ୟାସ ୧୨୦ ମିଟରରୁ ୨୭୦ ମିଟର ଯାଏ ହୋଇଥିଲା ବେଳେ ତାହା ଘଣ୍ଟାକୁ ୩୧,୪୦୦ ମାଇଲ୍‌ ବେଗରେ ପୃଥିବୀର କକ୍ଷପଥ ଆଡ଼କୁ ମାଡ଼ି ଆସୁଛି। ତେବେ ସେପ୍ଟେମ୍ବର ୬ ତାରିଖରେ ଏହା ପୃଥିବୀଠାରୁ ୪୬ ଲକ୍ଷ ମାଇଲ ଅର୍ଥାତ୍ ଚନ୍ଦ୍ର ଦୂରତାର ୧୯ ଗୁଣ ଦୂରରେ ପୃଥିବୀ କକ୍ଷପଥକୁ ଅତିକ୍ରମ କରିବ। ତେଣୁ ଏହାର ସାମାନ୍ୟତମ ପ୍ରଭାବ ଭୂପୃଷ୍ଠରେ ପଡ଼ିବନି ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

Sun Sep 6 , 2020
ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଳ ଗ୍ରାମରେ ଶନିବାର ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା। ସେମାନଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମ ବୋଲି ଜଣାପଡ଼ିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସୂଚନା ଅନୁଯାୟୀ, ଚିଲାଣ୍ଡିଖୋଳ ଗ୍ରାମରେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ସମ୍ପର୍କୀୟଙ୍କ […]
ବୋମା ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial