‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌

‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ଗୁଜରାଟର ଏକତା ନଗର ଅନ୍ତର୍ଗତ ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ‘ମିସନ୍‌ ଲାଇଫ୍‌’ର ଶୁଭାରମ୍ଭ କରିଛନ୍ତି। କେୱାଡ଼ିଆରେ ‘ମିସନ୍‌ ଲାଇଫ୍‌’ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଳବାୟୁ ପରିବର୍ତ୍ତନ ସମସ୍ୟା ସର୍ବତ୍ର ଅନୁଭୂତ ହେଉଛି। ବିଶାଳ ବରଫ ଚଟାଣ ସବୁ ତରଳି ଯାଉଛି, ନଈ ଶୁଖିଯାଉଛି। ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ମୁକାବିଲା କରିବାରେ ‘ମିସନ୍‌ ଲାଇଫ୍‌’ ସାହାଯ୍ୟ କରିବ।
ଜଳବାୟୁ ପରିବର୍ତ୍ତନ ହେଉଛି ଉଭୟ ସରକାର ଅଥବା ଆନ୍ତର୍ଜାତିକ ପ୍ରତିଷ୍ଠାନଗୁଡ଼ିକ ପଦକ୍ଷେପ ଗ୍ରହଣ କରିବାକୁ ଥିବା କିଛି ଗୋଟାଏ ଯୋଜନା ସଂକ୍ରାନ୍ତ ସମସ୍ୟା ବୋଲି ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ଜନସାଧାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାନ୍ୟ ପରିବର୍ତ୍ତିତ ଜୀବନଚର୍ଯ୍ୟା ପରିବେଶଷ ପ୍ରତି ସାହାଯ୍ୟପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କେତେକ ଲୋକ ‘ଏସି’ ତାପମାତ୍ରାକୁ ୧୭ ଡିଗ୍ରିକୁ ଖସାଇବାକୁ ପସନ୍ଦ କରନ୍ତି। କିନ୍ତୁ, ଏହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଜିମ୍‌କୁ ଗଲା ବେଳେ ସାଇକେଲ୍‌ ଚଢ଼ି ଯାଆନ୍ତୁ। ଜୀବନଯାପନ ଶୈଳୀରେ ଟିକିଏ ପରିବର୍ତ୍ତନ କଲେ ପରିବେଶ ପ୍ରତି ଉପକାର ହେବ। ପୁନଃ ବ୍ୟବହାର, ସୀମିତକରଣ, ଏବଂ ପୁନଃ ବ୍ୟବହାର ଉପଯୋଗୀ କରିବା ହେଉଛି ଭାରତର ପ୍ରଥା ଓ ସଂସ୍କୃତି। ଆମେ ଉକ୍ତ ପ୍ରଥାର ପୁନଃ ପ୍ରଚଳନ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ‘ମିସନ୍‌ ଲାଇଫ୍‌’ର ବୈଶ୍ବିକ ଶୁଭାରମ୍ଭ ବେଳେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଥିଲେ ଯେ, ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବିଶ୍ବସନୀୟ ଭାବେ ସମନ୍ବୟ ଆଣିବା ଭଳି ଗୁରୁ ଦାୟିତ୍ବ ବହନ କରିପାରିବ।

Share Now:

Kalinga News Beuro

Next Post

ଶ୍ରୀମୟୀ ମିଶ୍ରଙ୍କ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ

Thu Oct 20 , 2022
ଭୁବନେଶ୍ୱର : ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶ୍ରୀୟା ଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ ଆୟୁକ୍ତ ତଥା ବୋର୍ଡ ସଦସ୍ୟ ସଚିବ ଡକ୍ଟର ଏନ୍ ଥିରୁମାଳା ନାଏକ ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]
ଶ୍ରୀମୟୀ ମିଶ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial