ପରିବ୍ରାଜକ ମୋଦି ,୪ ବର୍ଷରେ ୩୫୦ କୋଟି ଖର୍ଚ୍ଚ:ଆରଟିଆଇ ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବା ପରେ ବିଦେଶଗସ୍ତକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ଏହି ବିଦେଶ ଯାତ୍ରାକୁ ନେଇ ସଂସଦରେ ଯେତିକି ହୋହଲ୍ଲା ହୋଇଛି ତାହା ଇତିହାସରେ କେବେ ଦେଖିବାକୁ ମିଳି ନ ଥିବା । ଖାଲି ସେତିକି ନୁହଁ ଏହି ବିଦେଶ ଭ୍ରମଣକୁ ନେଇ ମୋଦି ସବୁବେଳେ ବିରୋଧୀଙ୍କ ଟାର୍ଗେଟରେ ମଧ୍ୟ ରହି ଆସିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ମୋଦିଙ୍କ ଏହି ବିଦେଶଗସ୍ତ ସଂକ୍ରାନ୍ତରେ ସରକାରୀ ତହବିଳରୁ କେତେ ଖର୍ଚ୍ଚ ହୋଇଛି ସେନେଇ ଏକ ଆରଟିଆଇରେ ତଥ୍ୟ ଆସିଛି।
ମିଳିଥିବା ଆରଟିଆଇ ତଥ୍ୟ ଅନୁଯାୟୀ ମୋଦି ତାଙ୍କ ପ୍ରଥମ ୪୮ ମାସ ଶାସନ ମଧ୍ୟରେ ୫୦ଟି ଦେଶ ପରିଭ୍ରମଣ କରିଛନ୍ତି। ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଆରଟିଆଇରେ ଆବେଦନ କରିବା ପରେ ଏହି ତଥ୍ୟ ସାମ୍ନାମୁକ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ମୋଦି ତାଙ୍କ ଶାସନ କାଳରେ ୧୬୫ ଦିନ ଦେଶ ବାହାରେ ବିତାଇଛନ୍ତି। ଏପର୍ଯ୍ୟନ୍ତ ୭ଟି ଯାତ୍ରାର ବିଲ୍‌ ଆସି ନାହିଁ। ତେବେ ଏହି ତଥ୍ୟ ପିଏମଓ ୱେବ୍‌ସାଇଟ୍‌ରେ ମଧ୍ୟ ଉପଲବ୍ଧ। ପିଏମଓ ୱେବ୍‌ସାଇଟ୍‌ରେ ଥିବା ତଥ୍ୟ ଅନୁଯାୟୀ ମୋଦିଙ୍କ ବିଦେଶ ଯାତ୍ରାରେ ୩୦ଟି ଟ୍ରିପ୍‌ ଚାର୍ଟାର ଫ୍ଲାଇଟ୍‌ ଅନ୍ତର୍ଭୁକ୍ତ।

ଆଉ ଏଥିପାଇଁ ଖର୍ଚ୍ଚ ମଧ୍ୟ ପୈଠ କରାଯାଇଛି। ତେବେ ଫେବୃଆରୀରୁ ଜୁନ୍‌ ମଧ୍ୟରେ ହୋଇଥିବା ୭ଟି ଯାତ୍ରା ସଂକ୍ରାନ୍ତରେ ବିଲ ଆସି ନ ଥିବାରୁ ପୈଠ କରାଯାଇ ନାହିଁ। ତେବେ ବାକି ୫ଟି ଯାତ୍ରା ଭାରତୀୟ ବାୟୁସେନା BBJ Aircraftsରେ ହୋଇଛି। ଏଥିମଧ୍ୟରୁ ୨୦୧୫ରେ କାନାଡ଼ା ଏବଂ ୟୁରୋପ ଗସ୍ତର ଖର୍ଚ୍ଚ ସବୁଠୁ ଅଧିକ ରହିଛି। ଏହି ସମୟରେ ମୋଦି କାନାଡ଼ା ପରେ ଫ୍ରାନ୍ସ ଏବଂ ଜର୍ମାନୀ ଗସ୍ତ କରିଥିଲେ। ଏହି ଯାତ୍ରାକାଳର ଖର୍ଚ୍ଚ ୩୧ କୋଟି ଟଙ୍କା ଥିଲା। ଆଉ ସବୁଠୁ ଶସ୍ତା ଥିଲା ଭୁଟାନ। ଭୁଟାନ ଗସ୍ତ ପାଇଁ 2, 45, 27, 465 ଟଙ୍କା ଖର୍ଚ୍ଚ ହୋଇ ଥିଲା। ୨୦୧୪ ମସିହା ଜୁନ୍‌ ୧୫-୧୬ରେ ମୋଦି ଭୁଟାନ ଗସ୍ତ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଏଏସ୍‌ଆଇର ଖାମଖିଆଲ ନୀତି ଯୋଗୁଁ ଭୁସୁଡ଼ିଲାଣି ପୁରାତନ ଐତିହ୍ୟ

Sat Jul 7 , 2018
ଭୁବନେଶ୍ୱର: ଐତିହ୍ୟର ଗନ୍ତାଘର ଓଡ଼ିଶା। ଏଠାରେ ରହିଛି ବହୁ ପୁରାତନ କୀର୍ତିରାଜି। ଏଠାରୁ ୪ ହଜାର ବର୍ଷ ପୂର୍ବର ସଭ୍ୟତାର ସନ୍ଧାନ ମିଳିଛି। ହଜାର ହଜାର ବର୍ଷର ପୁରୁଣା ମନ୍ଦିର ଏବେ ବି ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ମୁକ୍ତେଶ୍ୱରର ମୁଖଶାଳା, ଶ୍ରୀଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାର ଏପରି ଐତିହ୍ୟକୁ ନିୟମିତ ଭାବେ ଅଣଦେଖା କରିଚାଲିଛି ଭାରତୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial