ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁଛି । ଏ ନେଇ ମିଳିତ ଜାତିସଂଘ ଔପଚାରିକ ଭାବେ ଘୋଷଣା କରିଛି। ବିଶ୍ୱର କିଛି ଅଂଶରେ ନଭେମ୍ବର ୧୫ ଆରମ୍ଭ ହୋଇଗଲାଣି , ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି। ମାନବ ଇତିହାସରେ ଏହା ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟରେସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଇଲଖୁଣ୍ଟ ଆମକୁ ମାନବର ବିବିଧତା ଓ ବିକାଶକୁ ନେଇ ଆନନ୍ଦ ମନାଇବାର ସୁଯୋଗ ଆଣିଦେଇଛି, କିନ୍ତୁ ଏହା ମଧ୍ୟ ପୃଥିବୀ ପ୍ରତି ଆମର ଦାୟିତ୍ବକୁ ସ୍ମରଣ କରାଇଦେଇଛି । ଜାତିସଂଘର ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ ଏବଂ ତା’ପରେ ୨୦୮୦ ଦଶକରେ ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏବଂ ତା’ପରେ ବିଶ୍ୱର ଜନସଂଖ୍ୟା ସ୍ଥିର ହୋଇଯିବ ଓ ୨୦୮୦ରୁ ୨୧୦୦ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିର ରହିବ। ବର୍ତ୍ତମାନ ଚୀନ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିବାବେଳେ ୨୦୨୩ରେ ଭାରତ ଚୀନକୁ ଟପି ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବ।
୮୦୦ କୋଟି ଛୁଇଁଲା ବିଶ୍ୱର ର ଜନସଂଖ୍ୟା

Share Now: