ନୂଆଦିଲ୍ଲୀ: ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନଙ୍କ ଘର! ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ସେହିଭଳି କିଛି ବ୍ୟକ୍ତି କହନ୍ତି ଯେ, ମଙ୍ଗଳରେ ଏମିତି ଏକ ଦ୍ୱାର ଅଛି ଯାହା ଭିତରେ ଏଲିଏନଙ୍କ ଦୁନିଆ ରହିଛି। ଏଲିଏନ୍ ମଣିଷମାନଙ୍କଠାରୁ ଲୁଚି ରହିଥାନ୍ତି। କିନ୍ତୁ ଅନେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ଏକ ଭ୍ରମ। ଏହା ମଙ୍ଗଳଗ୍ରହରେ ଥିବା କେବଳ ଏକ ଚିତ୍ର। ଏବେ ମଧ୍ୟ ମଙ୍ଗଳଗ୍ରହରେ ଜୀବନ ଖୋଜା ଚାଲିଛି। ଏଲିଏନଙ୍କ ଉପସ୍ଥିତି ଥିବାବେଳେ ଅନେକ ଲୋକ ଏହାକୁ ଗୁଜବ ବୋଲି କହନ୍ତି। ଏହା ପଛର କାରଣ ହେଉଛି ଯଦି ପ୍ରକୃତରେ ଏଲିଏନ୍ ଅଛନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ଦେଖା ଦିଅନ୍ତେ। ତଥାପି, ଏହାର ଅନେକ ପ୍ରମାଣ ପୃଥିବୀରେ ଦେଖିବାକୁ ମିଳିଛି। ନିକଟରେ ‘ନାସା’ ଏକ ଫଟୋ ସେୟାର କରିଛି, ଯାହା ଦେଖିବା ପରେ ମଙ୍ଗଳ ଗ୍ରହରେ ପରଗ୍ରହଜୀବୀ ଅଛନ୍ତି ଏବଂ ସେମାନେ ଗୋପନରେ ରହିଥାନ୍ତି। ଅନେକ ଦେଶ ମଙ୍ଗଳ ଏବଂ ଚନ୍ଦ୍ରରେ ଜୀବନର ସନ୍ଧାନରେ ବୁଲୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରିନାହାନ୍ତି। ତେବେ ସମସ୍ତେ ଆଶା କରୁଛନ୍ତି ଯେ, ଦିନେ ଏହି ରହସ୍ୟର ସମାଧାନ ହେବ। କିଛିଦିନ ତଳେ ଜଣାପଡିଥିଲା ଯେ, ପୃଥିବୀରେ ଏଲିଏନ୍ ଉପସ୍ଥିତ ଅଛନ୍ତି, ସେମାନେ ସମୁଦ୍ରରେ ଲୁଚି ରହୁଛନ୍ତି। ପୁଣି କିଛି ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକାକୁ ଏଲିଏନଙ୍କ ବିଷୟରେ ଜଣାଅଛି ଏବଂ ଏହା ଉପରେ ସେମାନେ ଅନୁସନ୍ଧାନ କରୁଛନ୍ତି।
ଏହି ଫଟୋ ‘ନାସା’ର ମାର୍ସ ରୋଭର ‘କ୍ୟୁରିଓସିଟି’ରେ ଲଗାଯାଇଥିବା ମାଷ୍ଟକୌମରୁ ନିଆଯାଇଛି। ଏହା ଗ୍ରହର ଏକ ଜିଓଲୋଜିକାଲ ଫିଚରକୁ ଦର୍ଶାଉଛି, ଯାହା ଗ୍ରୀନେଗ୍ ପେଡିମେଣ୍ଟ୍ (Greenheugh Pediment) ଭାବରେ ଜଣାଶୁଣା। ଲୋକଙ୍କ ବିଶ୍ୱାସ ଯେ, ଏଠାରେ ଏକ ଦ୍ୱାର ରହିଛି ଯେଉଁଠାରେ ପରଗ୍ରହଜୀବୀମାନେ ବାସକରନ୍ତି। ଏହି ଚିତ୍ର ଦେଖିବା ପରେ ଏହା ଏକ ଗୁପ୍ତ ଗୁମ୍ଫା ବୋଲି ଦାବି କରୁଛନ୍ତି ଅନେକ ଗବେଷକ। କିନ୍ତୁ ପ୍ରଶ୍ନ ହେଉଛି, ଏହା ସତ କି? ସୂଚନା ଅନୁଯାୟୀ, ମଙ୍ଗଳଗ୍ରହରେ ଦେଖାଯାଇଥିବା ଏହି ଚିତ୍ର ବିଭ୍ରାନ୍ତିକର ହୋଇପାରେ। ଯଦିଓ କେତେକ ଏହାକୁ ଏକ ପ୍ରବେଶ ପଥ ଭାବରେ ଭାବିପାରନ୍ତି, ଏହା ପଥର ମଧ୍ୟରେ ଏକ ଫାଙ୍କ, ଯାହା କିଛି ସେଣ୍ଟିମିଟର ଚଉଡ଼ା ହୋଇପାରେ। ବିଶେଷ କଥା ହେଉଛି ଏହି ଚିତ୍ର ସେହି ବସ୍ତୁର ଆକାର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଉନାହିଁ।
ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନ୍ ଗୃହ : ଫଟୋ ଛାଡ଼ିଲା ‘ନାସା’

Share Now: