ଆଖିପିଛୁଳାକେ ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା: ଅଳ୍ପକେ ବର୍ତ୍ତିଲେ ଲୋକେ

ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା

ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଥିବା ଏକ ପାଞ୍ଚମହଲା କୋଠା ଦେଖୁଦେଖୁ ଭୁଶୁଡି ପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷକୁ ରାସ୍ତାରୁ ସଫା କରିବା କାମ ଚାଲିଥିଲା। ସୌଭାଗ୍ୟବଶତଃ ଆଖିପିଛୁଳାକେ ଭୁଶୁଡ଼ି ପଡ଼ିଥିବା କୋଠା ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚିନାହିଁ। କିଛି ସ୍ଥାନୀୟ ଲୋକ ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଦେଖୁଦେଖୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
୨୯ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି, ପାଞ୍ଚମହଲା କୋଠଟି ଦେଖୁଦେଖୁ ୪ସେକେଣ୍ଡରେ ରାସ୍ତାକୁ ଭୁଶୁଡ଼ି ପଡ଼ିଥିଲା। କୋଠା ଏଭଳି ଭୁଶୁଡ଼ି ପଡ଼ିବା ଦେଖି ସ୍ଥାନୀୟଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ି ଚାଲି ଯାଇଥିଲେ। ଏହି ଘଟଣାରେ କୋଠା ପାଖରେ ଥିବା କିଛି ଘର ଓ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ ଘର ଭୁଶୁଡ଼ିବା ଘଟଣାରେ ଏଯାବତ କେତେଟଙ୍କାର କ୍ଷତି ହୋଇଛି ସେନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ। ଏଥିସହିତ ଘଟଣାସ୍ଥଳରେ ଭିଡ କରିଥିବା ଲୋକଙ୍କୁ ପୁଲିସ ହଟାଇଛନ୍ତି। ତେବେ ଏହି କୋଠାଟି କେଉଁ କାରଣରୁ ଭୁଶୁଡ଼ି ପଡ଼ିଲା ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

Share Now:

Kalinga News Beuro

Next Post

ହୋଲି ଆଣିଲା ରାଜ୍ୟରେ ଶୋକ : ଦୁଇଭାଇଙ୍କ ସମେତ ୮ ମୃତ, ୧୭ ଆହତ

Wed Mar 8 , 2023
ଭୁବନେଶ୍ୱର: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଙ୍ଗର ପର୍ବ ‘ହୋଲି’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ହୋଲି ଖେଳ ପରେ ଅତ୍ୟଧିକ ଖୁସି ହେବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅନେକ ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ପାଣିରେ ବୁଡ଼ି, ସଡ଼କ ଦୁର୍ଘଟଣା ଓ ହିଂସାକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି […]
ହୋଲିରେ ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଅଘଟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial