ଆସନ୍ତା ଅଢେଇ ବର୍ଷରେ ଭାରତରେ ଉତ୍ପାଦନ ହେବ ପ୍ରଥମ ସେମିକଣ୍ଡକ୍ଟର ଚିପ୍

ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର ଚିପ୍

ନୂଆଦିଲ୍ଲୀ: ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନର କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି। ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ କମ୍ପାନୀ ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ଯୋଜନାବଦ୍ଧ ଭାବେ ଭାରତରେ ନିର୍ମିତ ପ୍ରଥମ ଚିପ୍ ପ୍ରସ୍ତୁତ କରିବ। ସେ ନିଶ୍ଚିତ କରିଛନ୍ତି ଯେ ଚିପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ପ୍ରକ୍ରିୟା ଅଗ୍ରଗତି କରୁଛି ଏବଂ କମ୍ପାନୀ ଏକ ନୂତନ ସହଯୋଗୀ ପାଇଛି। ସେମିକନ୍ ଇଣ୍ଡିଆ ୨୦୨୩ରେ ଯୋଗଦେଇ ଅଗ୍ରୱାଲ କହିଛନ୍ତି ଯେ ଗୁଜରାଟ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହେବ ଏବଂ ଭାରତରେ ସିଲିକନ୍ ଭ୍ୟାଲି ନିର୍ମାଣ ପାଇଁ ଏହା ଉପଯୁକ୍ତ ସ୍ଥାନ।
ବେଦାନ୍ତ ଭାରତରେ ଫ୍ୟାବ୍ ଆଣ୍ଡ ଡିସପ୍ଲେ ୟୁନିଟ୍ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ବେଦାନ୍ତ ବିଗତ କିଛି ବର୍ଷ ହେଲା ଉଦ୍ୟମ କରିଆସୁଥିଲେ ବି ଟେକ୍ନୋଲୋଜି ପାର୍ଟନର ଅଭାବରୁ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏବେ କମ୍ପାନୀ ଏସଟିଏମ ଇକୋ ଇଲେକ୍ଟ୍ରୋନିକ୍ସ ଭଳି କିଛି ଅନ୍ତର୍ଜାତୀୟ କମ୍ପାନୀ ସହ ବୁଝାମଣା ସ୍ୱାକ୍ଷର କରୁଛି। ନିକଟରେ ବେଦାନ୍ତକୁ ଏକ ବଡ଼ ଝଟକା ଲାଗିଥିଲା ଯେତେବେଳେ ତାଇୱାନର କମ୍ପାନୀ ଫକ୍ସକନ୍ ବେଦାନ୍ତ ସହ କରିଥିବା ବୁଝାମଣାରୁ ଓହରି ଭାରତରେ ନିଜସ୍ୱ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା।

Share Now:

Kalinga News Beuro

Next Post

ବିରୋଧୀ ମେଣ୍ଟରେ ଫାଟ ? ଗୋଟିଏ ମଞ୍ଚରେ ଦେଖାଦେବେ ମୋଦୀ, ପାୱାର

Sat Jul 29 , 2023
ନୂଆଦିଲ୍ଲୀ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ହେବାକୁ ଥିବା ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ସେପଟେ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ସେୟାର କରିବା ଖବରକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଅଗଷ୍ଟ […]
ଗୋଟିଏ ମଞ୍ଚରେ ମୋଦୀ, ପାଓ୍ବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial