ଜୁନ ୧ରୁ ଆରମ୍ଭ ହେବ ୨୦୨୧ ଜନଗଣନା

ନୂଆଦିଲ୍ଲୀ : ଆସନ୍ତାମାସ ୧ ତାରିଖରୁ ୨୦୨୧ ଜନଗଣନାର ଔପଚାରିକତା ଆରମ୍ଭ ହେବ। ଜନଗଣନା ଡାଟା ଓ ଟ୍ରେଣ୍ଡ୍‌ରୁ ଯେଉଁ ସୂଚନା ଉପଲବ୍ଧ ହେବ ସେଥିରୁ ଯୋଜନା ପ୍ରସ୍ତୁତି ଓ କ୍ରିୟାନ୍ଵୟନ ସଠିକ ରୂପେ ହୋଇପାରିବ ବୋଲି ସରକାର କହିଛନ୍ତି। ୨୦୨୧ର ଜନଗଣନାରୁ କେବଳ ଲୋକସଂଖ୍ୟା ଓ ସାମାଜିକ ତଥ୍ୟ ଜଣାପଡ଼ିବ ତାହା ନୁହେଁ ବରଂ କିଛି ନୂତନ ସୂଚନା ମଧ୍ୟ ମିଳିପାରିବ। ପ୍ରତି ୧୦ ବର୍ଷରେ ଥରେ ଜଣଗଣନା ହେଉଥିବା ବେଳେ ଶେଷଥର ପାଇଁ ୨୦୧୧ରେ ଏହି ଗଣନା ହୋଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧୨୧୦୮୫୪୯୭୭ ଥିବା ଜଣାପଡ଼ିଥିଲା। ତେବେ ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଜନଗଣନାରେ କିଛି ମାନଦଣ୍ଡର ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ବିଶେଷକରି ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା, ଚାଷୀମାନଙ୍କର ଅବସ୍ଥାର ବାସ୍ତବରୂପ ଆକଳନ ପାଇଁ ନୂଆ ପଦ୍ଧତିର ବ୍ୟବହାର ହେବ। ଜନଗଣନା ଓ ଜାତୀୟ ନମୁନା ସର୍ଭେରୁ ମିଳୁଥିବା ତଥ୍ୟରୁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରୁନଥିବା ଅନେକ ସମୟରେ ସମାଲୋଚକମାନେ ମତବ୍ୟକ୍ତ କରିଥାନ୍ତି। ମିିଳିଥିବା ଖବର ମୁତାବକ, ଔପଚାରିକତା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ ରାଜନୈତିକ ଦଳଙ୍କଠାରୁ ଏନେଇ ମତ ଲୋଡ଼ିବେ। ଉକ୍ତ ମତାମତକୁ ମଧ୍ୟ ଏଥିରେ ସାମିଲ କରାଯିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ରଥ ନିର୍ମାଣରେ ବିଭ୍ରାଟ: ଆଜି ବଦଳି ପାରେ ସୁଭଦ୍ରାଙ୍କ ରଥର ପହି

Sun May 6 , 2018
ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ରଥର ଫାଟଥିବା ପହିକୁ ଆଜି ବଦଳାଯାଇପାରେ। ଗତକାଲି ନିର୍ମାଣାଧିନ ୩ଟି ରଥର ଅଖ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ଅଖ କାଠ ଏବଂ ସୁଭଦ୍ରାଙ୍କ ରଥ ପହିରେ ଫାଟ ଥିବା ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial