ରଥ ନିର୍ମାଣରେ ବିଭ୍ରାଟ: ଆଜି ବଦଳି ପାରେ ସୁଭଦ୍ରାଙ୍କ ରଥର ପହି

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ରଥର ଫାଟଥିବା ପହିକୁ ଆଜି ବଦଳାଯାଇପାରେ। ଗତକାଲି ନିର୍ମାଣାଧିନ ୩ଟି ରଥର ଅଖ ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ଅଖ କାଠ ଏବଂ ସୁଭଦ୍ରାଙ୍କ ରଥ ପହିରେ ଫାଟ ଥିବା ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଛି। ବିଧି ମୁତାବକ ଭଉଁରୀ ଦିନ ରଥର ନାହାକା ଚକ ଓ ଅଖ ଡେରା ହେବା କଥା। ହେଲେ ରଥନିର୍ମାଣ କମିଟି ଏବଂ ବୈଷୟିକ ଟିମ୍‌ର ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଥିଲା।

ସୂଚନାଯୋଗ୍ୟ,ଗତବର୍ଷ ମଧ୍ୟ ଜୁନ ୨୧ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ସମୟରେ ଦେବଦଳନ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏନେଇ ଖବର ପ୍ରସାରଣ ପରେ ଦେବଦଳନ ରଥର ଅଖକୁ ଯୁଦ୍ଧକାଳୀନ ଭିତ୍ତିରେ ପରିବର୍ତ୍ତନ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ରାଜଧାନୀରେ କର୍ପୋରେଟରଙ୍କ ୨୦ରୁ ଅଧିକ ଘର

Sun May 6 , 2018
ଭୁବନେଶ୍ୱର: ରାଜଧାନୀରେ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ମିଳୁନି। କିନ୍ତୁ ଲୋକ ପ୍ରତିନିଧିଙ୍କର ୨୦ରୁ ଅଧିକ ଘର। ଶାସକ ଦଳର ଲୋକ ପ୍ରତିନିଧି ହୋଇଥିବାରୁ ଯିଏ ବିରୋଧ କଲେ ବି ସ୍ୱର ଚପାଇ ଦେବାକୁ ବିଭିନ୍ନ ପ୍ରକାର କୌଶଳ କରାଯାଉଛି। ଏହିଭଳି ଜଣେ ଲୋକ ପ୍ରତିନିଧି ହେଉଛନ୍ତି ବିଏମ୍‌ସିର ପୂର୍ବତନ ଡେପୁଟି ମେୟର ତଥା ଓ୍ଵାର୍ଡ ୧୬ର କର୍ପୋରେଟର ଭାରତୀ ସିଂହ। ସାଲିଆ ସାହିରେ ରହୁଥିବା ଏହି ନାରୀନେତ୍ରୀଜଣଙ୍କର ସାହିର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial