ତେଲେଙ୍ଗାନାରେ ନିର୍ବାଚନ ଆୟୋଗ ଡିଜିପିଙ୍କୁ କଲେ ନିଲମ୍ବନ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି। ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ଵନା ରହିଛି ବୋଲି ଚର୍ଚ୍ଚା ହେଉଛି। ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଭୋଟ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣାକୁ ନେଇ ଡିଜିପିଙ୍କୁ ମହଙ୍ଗା ପଡ଼ିଯାଇଛି। ପ୍ରକାଶିତ ରିପୋର୍ଟ ମୁତାବକ, ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ନିୟମ ଉଲଂଘନ କରିଥିବା ଘଟଣାକୁ କେନ୍ଦ୍ର କରି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଳମ୍ବିତ କରିଛନ୍ତି।
ରବିବାର ସକାଳେ ଡିଜିପି ରାଜ୍ୟ ପୁଲିସର ‌ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଓ ମହେଶ ଭାଗବତଙ୍କ ସହିତ ଭେଟଗଣତି ସମୟରେ ହାଇଦ୍ରାବଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅନୁମୁଲା ରେୱନ୍ତ ରେଡ୍ଡିଙ୍କୁ ଭେଟିବା ସହିତ ଫୁଲତୋଡ଼ା ଦେଇଥିଲେ। ଏହି ସାକ୍ଷାତକାର ସମୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବାର କିଛି କ୍ଷଣ ମଧ୍ୟରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା। ଏହାପରେ ନିର୍ବାଚନ ଆୟୋଗ ଡିଜିପି କୁମାରଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଥିଲେ।

Share Now:

Kalinga News Beuro

Next Post

ଜନାଦେଶକୁ ଗ୍ରହଣ କରୁଛୁ : ପରାଜୟ ପରେ କହିଲେ ରାହୁଲ ଗାନ୍ଧି

Sun Dec 3 , 2023
ନୂଆଦିଲ୍ଲୀ: ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି। କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ। ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ। ଏହା ସହିତ ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial