ସଂଶୋଧନ ହେବ ବ୍ରିଟିଶ ଅମଳର ଅପରାଧିକ ଆଇନ

ଅପରାଧିକ ଆଇନରେ ସଂଶୋଧନ

ନୂଆଦିଲ୍ଲୀ: ବ୍ରିଟିସ୍‌ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍‌’ ବା ଚିଠା ଆଗତ କରିଛନ୍ତି। ‘ବିଲ୍‌’ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ, ବ୍ରିଟିସ୍‌ ଅମଳର ଆଇନ ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’, ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ’ ଉଚ୍ଛେଦ ଓ ପରିବର୍ତ୍ତନ କରିବା ପାଇଁ ଏହି ଚିଠା ସବୁ ଆଗତ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିବାଦୀୟ ରାଜଦ୍ରୋହ ଆଇନକୁ ଉଚ୍ଛେଦ କରିବା ସହିତ ଭିଡ଼ ହିଂସା ହତ୍ୟା ଘଟଣାରେ ମୃତ୍ୟୁଦଣ୍ଡ ଲାଗୁ କରିବା ପାଇଁ ଏହି ଚିଠା ସବୁରେ ବ୍ୟବସ୍ଥା ରହିଛି। ଏହି ଚିଠାଗୁଡ଼ିକୁ ‘ପାର୍ଲାମେଣ୍ଟାରି ‌ଷ୍ଟାଣ୍ଡିଙ୍ଗ୍‌ କମିଟି’କୁ ପଠାଯିବ ବୋଲି ସେ କହିଛନ୍ତି।
ଶାହ କହିଛନ୍ତି, ଅଗଷ୍ଟ ୧୬ ତାରିଖରୁ ସ୍ୱାଧୀନତାର ୭୫ତମ ବାର୍ଷିକୀରୁ ଶତବାର୍ଷିକୀ ପର୍ଯ୍ୟନ୍ତ ପଥ ଉନ୍ମୁକ୍ତ ହେବ। ଦାସତ୍ୱ ମନୋବୃତ୍ତି ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀ ଶପଥ କରିଛନ୍ତି। ବ୍ରିଟିସ୍‌ମାନେ କରିଥିବା ‘ଆଇପିସି’ (୧୮୫୭), ‘ସିଆର୍‌ପିସି’ (୧୮୫୮), ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ୍‌’ (୧୮୭୨) ଆଇନକୁ ସେ ବିଲୋପ କରିବେ। ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେ ଉପରୋକ୍ତ ଆଇନ ସ୍ଥାନରେ ୩ଟି ନୂଆ ଆଇନ ପ୍ରଚଳନ କରିବୁ। ଦଣ୍ଡବିଧାନ ନୁହେଁ ଏହାର ଲକ୍ଷ୍ୟ ହେବ ନ୍ୟାୟ ପ୍ରଦାନ। ଅଦାଲତକୁ ଯିବାହିଁ ଦଣ୍ଡ ବୋଲି ବିଚାରି ଲୋକେ ଅଦାଲତକୁ ଯିବା ଲାଗି ଭୟ କରୁଛନ୍ତି। ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍‌ ଏଭିଡେନ୍‌ସ୍‌ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’। ଏଥିରେ ପୂର୍ବରୁ ୫୧୧ଟି ସେକ୍‌ସନ୍‌ ଥିଲା, ଏବେ ୩୫୬ଟି ସେକ୍‌ସନ୍‌ ରହିବ। ୧୭୫ଟି ସେକସନ୍‌ ସଂଶୋଧନ କରାଯିବ ବୋଲି ଶାହ ଲୋକସଭାରେ କହିଛନ୍ତି।

Share Now:

Kalinga News Beuro

Next Post

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ : ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର

Fri Aug 11 , 2023
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏଥିରେ ୧୯ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର। ଏଥିମଧ୍ୟରେ ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉନ୍ନତ ମାନର ପ୍ରଶିକ୍ଷଣ, […]
ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial