ବେଧଡ଼କ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିଲେ କନେଷ୍ଟବଳ:ଲାଗିଲା ଏତିକି ଜରିମାନା

ଅହମଦାବାଦ୍‌ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟ୍ରାଫିକ ନିୟମକୁ ବେଧଡ଼କ ଉଲ୍ଲଂଘନ କରୁଥିବା ଲୋକେ ଆଜି କଡ଼ା ଆଇନ ପ୍ରଣୟନ ପରେ ଚିନ୍ତାରେ ପଡ଼ିଛନ୍ତି । ଜଣ ଜଣଙ୍କଠାରୁ ଜରିମାନା ଆକାରରେ ହଜାର ହଜାର ଟଙ୍କା ଟ୍ରାଫିକ ପୁଲିସ ଆଦାୟ କରୁଥିବା ବେଳେ ଏବେ ଜଣେ ପୁଲିସ କନେଷ୍ଟବଳ ଆଇନର ଉଲ୍ଲଂଘନ କରି ଜରିମାନା ଭରିଥିବା ଜଣା ପଡ଼ିଛି । କନେଷ୍ଟବଳଜଣଙ୍କ ବିନା ହେଲ୍‌ମେଟରେ ଫୋନରେ କଥା ହୋଇ ଗାଡ଼ି ଚଳାଉଥିବାର ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି ।
ସୋସିଆଲ ମିଡିଆରେ କନେଷ୍ଟବଳ ବିଶ୍ୱାସ ରଠୋରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ୧୧,୦୦ଟଙ୍କା ଜରିମାନା ଦେବାକୁ ପଡ଼ିଛି । ଗୁଜୁରାଟରେ ଏ ପର୍ଯ୍ୟନ୍ତ ନୂଆ ମୋଟରଯାନ ଆଇନ ଲାଗୁ ହୋଇ ନଥିବାରୁ କନେଷ୍ଟବଳଙ୍କ ବିରୋଧରେ ନୂତନ ଅଧିନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Share Now:

Kalinga News Beuro

Leave a Reply

Next Post

ଆଜି ସନ୍ଧ୍ୟାରୁ ମଦୁଆ ଚାଳକଙ୍କୁ ତ୍ରାହି ନାହିଁ, ଜୋରଦାର ହେବ ଚେକିଂ

Fri Sep 6 , 2019
ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୁଲିସ । ରାଜ୍ୟର ସମସ୍ତ ଟୋଲଗେଟରେ ମଦ୍ୟପ ଚାଳକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଏନେଇ ଏକ ସର୍କୁଲାର ଜାରି କରିଛି ଓଡ଼ିଶା ପୁଲିସ । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି । ମଦୁଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial