ରାଫେଲ ପ୍ରେମରେ ନୌସେନା : ଫ୍ରାନ୍ସ ସହ ହୋଇପାରେ ପୁଣିଥରେ ଡ଼ିଲ

ବାୟୁସେନା ପରେ ରାଫେଲ ପ୍ରେମରେ ନୌସେନା

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଫ୍ରାନ୍ସ ସହିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି କରିପାରେ। କାରଣ ସ୍ୱଦେଶୀ ବିମାନ ପରିବହନକାରୀ, ଆଇଏନଏସ ବିକ୍ରାନ୍ତ ପାଇଁ ୨୬ଟି ଯୁଦ୍ଧ ବିମାନ ଆବଶ୍ୟକ ଏବଂ ନୌସେନା ଦ୍ୱାରା ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରାଯାଇଛି। ଭାରତୀୟ ନୌସେନା ଏହାର ସ୍ୱଦେଶୀ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ ଡେକବେସ ଯୁଦ୍ଧ ବିମାନ ଆବଶ୍ୟକ କରୁଛି। ଯେହେତୁ ସ୍ୱଦେଶୀ ଯୁଦ୍ଧ ବିମାନ, ଟିଇଡ଼ିବିଏ (ଟ୍ୱିନ୍ ଇଞ୍ଜିନ୍ ଡେକ୍ ଆଧାରିତ ଯୁଦ୍ଧବିମାନ) ବିକାଶ ପାଇଁ ୮ ରୁ ୧୦ ବର୍ଷ ସମୟ ଲାଗିପାରେ, ସେଥିପାଇଁ ନୌସେନା କିଛି ମାସ ପୂର୍ବରୁ ଦୁନିଆର ଦୁଇଟି ସର୍ବୋତ୍ତମ ଯୁଦ୍ଧ ବିମାନ, ଫ୍ରାନ୍ସର ରାଫାଲ୍ (ଏମ) ଏବଂ ଆମେରିକାର ଏଫ-୧୮ଏ ସୁପର ହର୍ନେଟକୁ ଚୟନ କରିଥିଲା।
ଏହି ଦୁଇଟି ଯୁଦ୍ଧ ବିମାନର ଟେଷ୍ଟିଙ୍ଗ ପାଇଁ ଗୋଆକୁ ମଧ୍ୟ ଡକାଯାଇଥିଲା। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଟେଷ୍ଟିଙ୍ଗ ପରେ ନୌସେନା ଏହାର ରିପୋର୍ଟ ଏବେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଉଭୟ ଯୁଦ୍ଧ ବିମାନ ଆଇଏନଏସ ବିକ୍ରାନ୍ତ ପାଇଁ ଭଲ କିନ୍ତୁ ରାଫେଲ (ଏମ) ଆଇଏନଏସ ବିକ୍ରାନ୍ତ ପାଇଁ ଅଧିକ ଉପଯୁକ୍ତ। ଯେହେତୁ ବାୟୁସେନା ରାଫେଲ ବ୍ୟବହାର କରୁଛି, ତେଣୁ ରାଫେଲ ପାଇଁ ନୌସେନା କହିଛି। ତେବେ ନୌସେନା ପାଇଁ କେଉଁ ଯୁଦ୍ଧ ବିମାନ କିଣାଯିବ ତାହା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ନିର୍ଭର କରୁଛି। ରାଫେଲ (ଏମ) ହେଉଛି ବାୟୁସେନା ଦ୍ୱାରା ବ୍ୟବହୃତ ରାଫେଲ ଯୁଦ୍ଧ ବିମାନର ସାମୁଦ୍ରିକ ସଂସ୍କରଣ(ମେରାଇନ ଭର୍ସନ)। ଆଇଏନଏସ ବିକ୍ରାନ୍ତ ପାଇଁ ନୌସେନା ୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ଲୋକହସା ହେବା ପାଇଁ କାହିଁକି କଂଗ୍ରେସ ପ୍ରାର୍ଥୀ ଦିଆଯାଉଛି : ବିଧାୟକ ମହମ୍ମଦ ମୋକିମ

Fri Dec 9 , 2022
କଟକ: ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି। କର୍ମୀଙ୍କ ମନରେ ପ୍ରଶ୍ନ ସବୁ ଉପନିର୍ବାଚନରେ ଭୋଟ ହାର କାହିଁକି ଖସୁଛି। ସବୁବେଳେ ଦଳର ପ୍ରାର୍ଥୀଙ୍କ ପରାଜୟ ପରେ ସମ୍ବଳ ନ ଥିବାରୁ ହାରିଲୁ ବୋଲି କୁହାଯାଉଛି। ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି। […]
ବିଧାୟକ ମହମ୍ମଦ ମୋକିମ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial