ତେଲେଙ୍ଗାନାରେ ବୁର୍ଖା ବିବାଦ : ଛାତ୍ରୀଙ୍କୁ ପରୀକ୍ଷା ହଲରେ ଅଟକାଗଲା

ତେଲେଙ୍ଗାନାରେ ଦେଖାଦେଲା ବୁର୍ଖା ବିବାଦ

ହାଇଦ୍ରାବାଦ: ଆପଣଙ୍କର ମନେ ଥିବ କର୍ଣ୍ଣାଟକରେ କିଛି ମାସ ତଳେ ହିଜାବ ବିବାଦ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ତେଲେଙ୍ଗାନାରେ ଏବେ ଏହି ବିବାଦ ଦେଖାଦେଇଛି। ହାଇଦ୍ରାବାଦର ଏକ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇଥିବାବେଳେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଅଧ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା ଏବଂ ବୁର୍ଖା ଖୋଲିବା ପରେ ସେମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିଲା। ମିଳିଥିବା ସୂଚନା ମୁତାବକ ଗତକାଲି ହାଇଦ୍ରାବାଦର କେ.ଭି ରଙ୍ଗାରେଡି ମହିଳା ଡିଗ୍ରୀ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ଦେବାକୁ ଯାଇଥିଲେ। ତେବେ କଲେଜ ପ୍ରଶାସନ ସେମାନଙ୍କୁ ପରୀକ୍ଷା ହଲ ଭିତରକୁ ଯିବାକୁ ଦେଇ ନଥିଲା। ଛାତ୍ରୀମାନେ କହିଥିଲେ ଯେ ସେମାନେ ବୁର୍ଖା କାଢ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇପାରିବେ ନାହିଁ ବୋଲି କୁହାଯାଇଥିଲା। ପରୀକ୍ଷା ଦେବାକୁ ହେଲେ ବୁର୍ଖା କାଢ଼ିବାକୁ ପଡିବ ଓ ପରୀକ୍ଷା ସରିବା ପରେ ବୁର୍ଖା ବାହାରେ ପିନ୍ଧି ପାରିବ ବୋଲି କୁହାଯାଇଥିଲା।
ଯେତେବେଳେ ତେଲେଙ୍ଗାନା ଗୃହମନ୍ତ୍ରୀ ମେହବୁବ ଅଲିଙ୍କୁ ଏହି ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସମସ୍ତେ ନିଜ ପସନ୍ଦର ପୋଷାକ ପିନ୍ଧିପାରିବେ କିନ୍ତୁ ଛୋଟ ପୋଷାକ ପିନ୍ଧିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନେ ବିଶେଷ ଭାବେ ସଚେତନ ହେବା ଉଚିତ୍ କାରଣ ଛୋଟ ପୋଷାକ ସମସ୍ୟା ସୃଷ୍ଟି କରିଥାଏ। ମେହବୁବ ଅଲି କହିଛନ୍ତି ଯେ “କିଛି ପ୍ରଧାନଶିକ୍ଷକ ଏହି ଭୁଲ କରିଛନ୍ତି। ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ ସେମାନେ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ, କିନ୍ତୁ ଆମର ନୀତି ସଂପୂର୍ଣ୍ଣ ଧର୍ମନିରପେକ୍ଷ ଅଟେ। ଜଣେ ବ୍ୟକ୍ତି ଯାହା ଚାହାଁନ୍ତି ତାହା ପିନ୍ଧି ପାରିବେ, କିନ୍ତୁ ୟୁରୋପୀୟ ସଂସ୍କୃତି ପରି ପୋଷାକ ପରିଧାନ କରନ୍ତୁ ନାହିଁ, ଏହା ଭଲ ନୁହେଁ। ଆମର ସାଂସ୍କୃତିକ ପୋଷାକକୁ ସମ୍ମାନ ଦେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ମହିଳାମାନେ ବିଶେଷ ଭାବରେ ଏହାର ଯତ୍ନ ନେବା ଉଚିତ୍। ଅନ୍ୟପକ୍ଷରେ ଯେତେବେଳେ ମନ୍ତ୍ରୀଙ୍କୁ କଲେଜରେ ବୁର୍ଖା ବ୍ୟାନ ବାବଦରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ କୌଣସି ସ୍ଥାନରେ ବୁର୍ଖା ପିନ୍ଧିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ସେ କଲେଜ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ କହିଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

Sat Jun 17 , 2023
ଭୁବନେଶ୍ୱର: ସଂପ୍ରତି ଦିନ ସମୟରେ ରାଜ୍ୟରେ ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ତାରିଖ ରବିବାର ଅପରାହ୍ନ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କୋରାପୁଟ […]
ୟେଲୋ ୱାର୍ଣ୍ଣିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial