ବିଜେପି ଶାସିତ ଗୁଜୁରାଟ ସରକାର ନିଜ ରାଜ୍ୟରେ କାର୍ଯ୍ୟକାରୀ କଲେ ନାହିଁ ନୂତନ ମୋଟରଯାନ ଆଇନ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱାରା ସଂସଦରେ ସଂଶୋଧିତ ହୋଇଥିବା ନୂତନ ମୋଟରଯାନ ଆଇନ୍‌କୁ ଗତ ସେପ୍ଟେମ୍ବର ୧ ତାରିଖ ଠାରୁ ଦେଶର ପ୍ରାୟ ସବୁ ରାଜ୍ୟ କାର୍ଯ୍ୟକାରୀ କରିଥିବା ବେଳେ ଦେଶର ୪ଟି ଅଣ ବିଜେପି ଶାସିତ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟରେ ଏହି ନୂତନ ଆଇନ୍‌କୁ କାର୍ଯ୍ୟକାରୀ କରି ନଥିଲେ। ନୂତନ ସଂଶୋଧିତ ମୋଟରଯାନ ଆଇନ (୨୦୧୯)ରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ଜରିମାନାର ପରିମାଣ ମାତ୍ରାଧିକ ରହିଥିବା ଦର୍ଶାଇ ସଂପୃକ୍ତ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକର ରାଜ୍ୟ ସରକାରମାନେ ନୂତନ ଆଇନ୍‌କୁ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ଦେଇଥିଲେ।
ତେବେ, ଆଜି ଏହି ତାଲିକାରେ ଖୋଦ୍‌ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ସାମିଲ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗୁଜୁରାଟର ବିଜେପି ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ନୂତନ ସଂଶୋଧିତ ମୋଟରଯାନ ଆଇନ (୨୦୧୯)ରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀମାନଙ୍କ ଉପରେ ଲଗା ଯାଇଥିବା ଜରିମାନାର ପରିମାଣ ମାତ୍ରାଧିକ ରହିଛି। ଏତେ ପରିମାଣର ଜରିମାନା ପ୍ରଦାନ କରିବା ଜଣଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର। ତେଣୁ, ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ନିଜ ରାଜ୍ୟରେ ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରି ନଥିବା କହିଛନ୍ତି। ତେବେ, ଏସଂପର୍କରେ ଗୁଜୁରାଟ ସରକାର ଆରଟିଓଙ୍କୁ ଏକ ରିପୋର୍ଟ ମାଗିଛନ୍ତି। ଆରଟିଓଙ୍କ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆତଙ୍କବାଦୀ ଘୋଷିତ ହେଲେ ଆଝାର୍‌, ହାଫିଜ୍‌, ଦାଉଦ୍‌ ଓ ଜାକି-ଉର୍‌-ରେହମାନ

Thu Sep 5 , 2019
ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର, ଜମତ-ଉଦ୍‌-ଦଓ୍ଵା ମୁଖ୍ୟ ହାଫିଜ ସଇଦ୍‌, ଲସ୍କର-ଇ-ତୋଏବାର ମୁଖ୍ୟ ପରିଚାଳନା କମାଣ୍ଡର ଜାକି-ଉର୍‌-ଲହମାନ ଲଖଭି ଏବଂ ୧୯୯୩ ମସିହା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ଦାଉଦ୍‌ ଇବଆହିମ୍‌କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ୪ ଜଣଙ୍କୁ ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ଆଇନ୍‌ ବଳରେ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜାଣିବାକୁ ମିଳିଛି। ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial