ହରଡ଼ଘଣାରେ ତାମିଲନାଡୁ ରାଜ୍ୟପାଳ:ମହିଳା ସାମ୍ବାଦିକଙ୍କ ଗାଲ ଆଉଁସିବା ଘଟଣା

ତାମିଲନାଡୁ:ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଆଉଁସି ଦେଇ ହରଡ଼ଘଣାରେ ପଡ଼ିଛନ୍ତି ଜଣେ ରାଜ୍ୟପାଳ। ତାମିଲନାଡୁରେ ଘଟିଥିବା ଏମିତି ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ତାମିଲନାଡୁର ଏକ କଲେଜରେ ଛାତ୍ରୀମାନଙ୍କୁ ଭଲ ନମ୍ବର ଦେବାକୁ ଓ ପାସ୍ କରାଇ ଦେବାକୁ କହି କିଛି ଅଫିସରଙ୍କ ଶାରୀରିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଥିଲା। ‘ଡିଗ୍ରୀ କେଲିଏ ସେକ୍ସ’ ନାମରେ ଚର୍ଚ୍ଚିତ ଏହି ମାମଲାରେ ଜଣେ ଅଧ୍ୟାପିକା ଅଭିଯୁକ୍ତ ଭାବେ ଚର୍ଚ୍ଚାକୁ ଆସିଥିଲେ। ତାମିଲନାଡୁ ରାଜ୍ୟପାଳ ବନୱାରି ଲାଲ୍ ପୁରୋହିତଙ୍କ ସହ ଏହି ମହିଳାଙ୍କ କଥାବାର୍ତ୍ତାର ଏକ ଅଡିଓ ପଦାକୁ ଆସିବା ପରେ, ଏହାକୁ ନେଇ ଖୋଦ୍ ରାଜ୍ୟପାଳ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଠାରେ ମାନ୍ୟବର ରାଜ୍ୟପାଳଙ୍କୁ ସାମ୍ବାଦିକମାନେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ। ତେବେ ଏହି ସମୟରେ ଲକ୍ଷ୍ମୀ ସୁବ୍ରମଣ୍ୟମ ନାମ୍ନୀ ଜଣେ ଯୁବ ସାମ୍ବାଦିକା ମଧ୍ୟ ରାଜ୍ୟପାଳଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। କିନ୍ତୁ ରାଜ୍ୟପାଳ ବନୱାରୀଲାଲ୍ ଏହାର ଉତ୍ତର ତ ଦେଇନଥିଲେ, ବରଂ ସାମ୍ବାଦିକାଙ୍କ ଗାଲକୁ ଆଉଁସି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ସାମ୍ବାଦିକ ଲକ୍ଷ୍ମୀ ସୁବ୍ରମଣ୍ୟମ ଆଶ୍ଚର୍ଯ୍ୟ ପ୍ରକଟ ସହ ରାଜ୍ୟପାଳଙ୍କ ବ୍ୟବହାରରେ ଲଜ୍ଜାବୋଧ କରିଥିଲେ। ରାଜ୍ୟପାଳଙ୍କର ଏପରି ବ୍ୟବହାରରେ ସେଠି ଉପସ୍ଥିତ ଅନ୍ୟ ସାମ୍ବାଦିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲକ୍ଷ୍ମୀ ସୁବ୍ରମଣ୍ୟମ ରାଜ୍ୟପାଳଙ୍କ  ବ୍ୟବହାରର ପ୍ରତିବାଦ କରିଥିଲେ। ସୋସିଆଲ୍‌ ମିଡିଆରେ ମଧ୍ୟ ଏ ସଂପର୍କରେ ସେ ଲେଖିଥିଲେ।
ଲକ୍ଷ୍ମୀ ହେଉଛନ୍ତି ଏକ ସାପ୍ତାହିକ ପତ୍ରିକାର ରିପୋର୍ଟର। ସାମ୍ବାଦିକ ସମ୍ମିଳନୀରେ ଯାହା କିଛି ହେଲା, ସେ ସଂପର୍କରେ ସୋସିଆଲ୍‌ ମିଡିଆରେ ସେ ସେୟାର କରିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି- “ଏହା ଆପଣଙ୍କ କଥା କହିବାର ଶୈଳୀ କିମ୍ବା ଆଦର କରିବାର ଢଙ୍ଗ ହୋଇଥାଇ ପାରେ। ଏହା ଆପଣଙ୍କ ପାଇଁ ପ୍ରୋତ୍ସାହନ କିମ୍ବା ଜେଜେ ବାପାଙ୍କ ପରି ବ୍ୟବହାର ହୋଇଥାଇ ପାରେ। କିନ୍ତୁ ମୋ ମତରେ ଏହା ସଂପୂର୍ଣ୍ଣ ଭୁଲ୍‌। ଆପଣ ଯାହା କଲେ ତାହା ନିନ୍ଦନୀୟ। ଜଣେ ମହିଳାକୁ ତାଙ୍କ ବିନା ଅନୁମତିରେ ଛୁଇଁବା ସଂପୂର୍ଣ୍ଣ ଭୁଲ୍‌।”

‘ଡିଗ୍ରୀ କେ ଲିଏ ସେକ୍ସ’ ମାମଲା କ’ଣ?
ଅଭିଯୋଗ ଅନୁଯାୟୀ, ତାମିଲନାଡୁର ଅରୂପକୋକ୍କଟାଇ ଦେବାଙ୍ଗ କଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକା, ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେବାକୁ ଲୋଭ ଦେଖାଇ କିଛି ଅଫିସରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଉଥିଲେ। ଏ ସଂପର୍କରେ କଲେଜ କର୍ତୃପକ୍ଷଙ୍କ ପାଖରେ କିଛି ଅଭିଯୋଗ ମଧ୍ୟ ବହଞ୍ଚିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନଥିଲା। ସମ୍ପୃକ୍ତ ଅଧ୍ୟାପିକା ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତଙ୍କ ସହ କଥାବାର୍ତ୍ତା ହେବାର ଏକ ଅଡିଓ ପଦାକୁ ଆସିଲା ପରେ କଥା ଚର୍ଚ୍ଚାକୁ ଆସିଥିଲା ହେଲେ ଅଧ୍ୟାପିକା ଜଣଙ୍କ ଏହି ଅଭିଯୋଗକୁ ମାନିବାକୁ ନାରାଜ। କଥାଟା କେତେ ସତ କେତେ ମିଛ, ତାହା ପ୍ରମାଣିତ ହେବା ପୂର୍ବରୁ ମହିଳା ସାମ୍ବାଦିକଙ୍କୁ ସ୍ପର୍ଶ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜେ ରାଜ୍ୟପାଳ।

Share Now:

Kalinga News Beuro

Leave a Reply

Next Post

ମାନବିକତାର ବାର୍ତ୍ତା ପ୍ରଚାରରେ ଆଚାର୍ଯ୍ୟ ଅତୁଲ୍ୟନାଥ

Thu Apr 19 , 2018
ଭୁବନେଶ୍ୱର: ବିଶିଷ୍ଟ ଧର୍ମଗୁରୁ ,ଜ୍ୟୋତିର୍ବିଦ,ଵାସ୍ତୁବିତ,ଯୋଗ ଓ ଆଧ୍ୟାକତ୍ମିକ କ୍ଷତ୍ରରେ ଅଖଣ୍ଡ ଜ୍ଞାନର ଅଧିକାରୀ ଆଚାର୍ଯ୍ୟ ଅତୁଲ୍ୟନାଥଜୀ ସମାଜକୁ ସାତମାର୍ଗ ,ସତ୍ଜ୍ଞାନ ଓ ସତ ଦୀକ୍ଷା ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ଭ୍ରମଣରେ ବାହାରିଛନ୍ତି |ଗତ ୧୭ ତାରିଖ ସକାଳ ୯ ଘଟିକାରେ ସେ ଓଡିଶା ଅଭିମୁଖେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି | ଭୁବନେଶ୍ୱରସ୍ଥ ଆର୍ଯ୍ୟପାଲେସ ହୋଟେଲର ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial