ମାନବିକତାର ବାର୍ତ୍ତା ପ୍ରଚାରରେ ଆଚାର୍ଯ୍ୟ ଅତୁଲ୍ୟନାଥ

ଭୁବନେଶ୍ୱର: ବିଶିଷ୍ଟ ଧର୍ମଗୁରୁ ,ଜ୍ୟୋତିର୍ବିଦ,ଵାସ୍ତୁବିତ,ଯୋଗ ଓ ଆଧ୍ୟାକତ୍ମିକ କ୍ଷତ୍ରରେ ଅଖଣ୍ଡ ଜ୍ଞାନର ଅଧିକାରୀ ଆଚାର୍ଯ୍ୟ ଅତୁଲ୍ୟନାଥଜୀ ସମାଜକୁ ସାତମାର୍ଗ ,ସତ୍ଜ୍ଞାନ ଓ ସତ ଦୀକ୍ଷା ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ଭ୍ରମଣରେ ବାହାରିଛନ୍ତି |ଗତ ୧୭ ତାରିଖ ସକାଳ ୯ ଘଟିକାରେ ସେ ଓଡିଶା ଅଭିମୁଖେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି | ଭୁବନେଶ୍ୱରସ୍ଥ ଆର୍ଯ୍ୟପାଲେସ ହୋଟେଲର ସଭା କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ| ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ | ଆଚାର୍ଯ୍ୟ ଅତୁଲ୍ୟନାଥଙ୍କ ଭାଷାରେ “ମାନବ ସେବା ହିଁ ମାଧବ ସେବା” | ମାନବିକତା ହେଉଛି ପ୍ରକୃତ ଧର୍ମ |ଭାରତବର୍ଷରେ ଧର୍ମକୁ ନେଇ ଯେଉଁ ଅପସଂସ୍କୃତି ବଢିଚାଲିଛି ,ତାକୁ ରୋକାଯିବାର ଆବଶ୍ୟକତା ଆସିଛି | ମଣିଷ ତାର ଜାଣତରେ ହେଉ କିମ୍ବା ଅଜାଣତରେ ଧର୍ମକୁନେଇ ଅପପ୍ରଚାର କରିଚାଲିଛି | କିନ୍ତୁ ଧର୍ମକୁ ନେଇ ଏପରି ଅପପ୍ରଚାର ରୋକିବାକୁ ସେ ସମାଜର ସବୁବର୍ଗର ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି | କାହାରିକୁ କଷ୍ଟ ନଦେଇ ,କାହାରି ଅନିଷ୍ଟ ଚିନ୍ତା ନ କରିବାକୁ ମାନବିକତା ବୋଲି ସେ କହିଛନ୍ତି | ଏଥି ସହିତ ଈଶ୍ୱର ପ୍ରାପ୍ତି ଉପରେ ସେ ନିଜର ମତ ରଖି କହିଛନ୍ତି ଯେ ଆମେ ସମସ୍ତେ କୌଣସି ନା କୌଣସି ଉପାୟରେ ଈଶ୍ୱର ପ୍ରାପ୍ତି ପାଇଁ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ପ୍ରକୃତ ମାଧ୍ୟମ ଦେଇ ଗଲେ ଈଶ୍ୱର ପ୍ରାପ୍ତିରେ କୌଣସି ବାଧା ଆସିବା ନାହିଁ | ସମସ୍ତେ ସେଇ ମାର୍ଗର ଅନୁଭବ କରିପାରୁ ନଥିବାରୁ ଅନ୍ୟ ଚିନ୍ତା କରିଥାଉ | ତେଣୁ ଈଶ୍ୱର ପ୍ରାପ୍ତିର ଅନୁଭବର ମାର୍ଗଦର୍ଶନ କରାଇବା ଲକ୍ଷ୍ୟ ନେଇ ସେ ଓଡିଶା ଆସିଛନ୍ତି |ତାଙ୍କର ଏହି ଗସ୍ତ ସମୟରେ ଓଡ଼ିଶାର ବିଭିନ୍ନ ମଠ ,ମନ୍ଦିର ଓ ଦେବୀ ପୀଠ ବୁଲିଯିବାର କାର୍ଯ୍ୟକ୍ରମ ରହିଛି | ଏହି ସଭାକୁ ଆଚାର୍ଯ୍ୟ ଅତୁଲ୍ୟନାଥଙ୍କ ଶିଷ୍ୟ ଦିଗମ୍ବର ମିଶ୍ର ପରିଚାଳନା କରିଥିବାବେଳେ,ଶିଷ୍ୟ ଯୋଗେନ୍ଦ୍ର ନାୟକ ସହଯୋଗ କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Share Now:

Kalinga News Beuro

Leave a Reply

Next Post

ଏମିତି ଆମ ନ୍ୟାୟପାଳିକା:୧୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଭେଟିଲେ ହତ୍ୟା ଅଭିଯୁକ୍ତ

Thu Apr 19 , 2018
ଲକ୍ଷ୍ନୌ: ୧୦ ବର୍ଷ ଧରି ଖୁନି ଆଖ୍ୟା ବୋହି ଚାଲିଥିଲା ଅମିତ। ଚାକିରି ଖଣ୍ଡେ ପାଇଁ ସାହସ ବାନ୍ଧି ନ ପାରି ସେ ନିଜର କୌଳିକ ବୃତ୍ତି ଚାଷ କାମରେ ଲାଗିଥିଲା। ଦିନେ ତାଙ୍କର ଭେଟହେଲା ସେ ହତ୍ୟା କରିଛି ବୋଲି କୁହାଯାଉଥିବା ଲୋକଟି ସହ। ଘଟଣାଟି ୧୦ ବର୍ଷ ତଳର । ୨୦୦୭ରେ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ ଜିଲ୍ଲା ଅନ୍ତର୍ଗତ ନଇଥ୍‌ନା ହସନ୍‌ପୁର ଗାଁ’ର ୧୪ ବର୍ଷିୟ ଦୀପକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial