ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ଭୁବନେଶ୍ୱର: ରଥଯାତ୍ରାରେ ଗଜପତି କରିବେ ଛେରାପହଁରା। ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ। ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ। ତେବେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଗଜପତି। ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା।

Share Now:

Kalinga News Beuro

Next Post

ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ

Tue Jul 6 , 2021
ହତ୍ୟାକାଣ୍ଡ ଭିଆଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ : ମୃତ ମହିଳାଙ୍କ ବାପା ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ। ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ […]
ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial