ପର୍ବ ଆଉ ଥରେ ଆସିବ, ଜୀବନ ନୁହେଁ: ବିଏମ୍‌ସି

ଭୁବନେଶ୍ୱର: ରଜ ପାଇଁ ଏବେ ରାଜଧାନୀ ବଜାର ସରଗରମ ହୋଇ ଉଠିଥିବାବେଳେ ଶାଢ଼ି, ପୋଷାକ ଦୋକାନରୁ ଆରମ୍ଭ କରି ଷ୍ଟେସନାରି ଦୋକାନରେ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଦୋକାନରେ ସାମାଜିକ ଦୂରତା ରହୁନି। ଲୋକମାନେ ସାମାଜିକ ଦୂରତା ବି ରକ୍ଷା କରୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ପରାମର୍ଶ ଜାରି କରାଯାଇଛି। ଆଗକୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ଜୋରଦାର୍‌ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହା ଏକ ସତର୍କ ସୂଚନା ଭଳି ଦିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ପର୍ବ ଆଉ ଥରେ ଆସିବ, କିନ୍ତୁ ଆପଣଙ୍କ ଜୀବନ ନୁହେଁ। ଆପଣ କି ଆପଣଙ୍କ ପରିବାର ଲୋକଙ୍କୁ ବିପଦରେ ପକାନ୍ତୁନି। ଶନିବା‌ର ଓ ରବିବାର ସଟ୍‌ଡାଉନ୍‌ ହେଉଥିବାରୁ ନିଜକୁ ସୁରକ୍ଷିତ ରଖି ମାର୍କେଟିଂ କରନ୍ତୁ। ବିଶେଷ କରି ଶୁକ୍ରବାର ସଂଧ୍ୟାରେ କିଣାକିଣିରୁ ଦୂରେଇ ରୁହନ୍ତୁ। ଶେଷ ମୁହୂର୍ତ୍ତ କିଣାକିଣି କରିବାକୁ ଯଥାସମ୍ଭବ ଏଡ଼ାନ୍ତୁ। ଜନଗହଳିପୂର୍ଣ୍ଣ ମାର୍କେଟ୍/ଦୋକାନକୁ ନଯାଆନ୍ତୁ। ଅନଲାଇନ୍‌ ସପିଂ କରନ୍ତୁ। କମ୍‌ ଲୋକ ଥିବା ସମୟରେ ସପିଂ କରିବାକୁ ଯାଆନ୍ତୁ। ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧନ୍ତୁ। ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତା ରକ୍ଷା କରନ୍ତୁ। ରାତ୍ରିକାଳୀନ କର୍ଫ୍ୟୁକୁ (ରାତି ୭ରୁ ଭୋର୍‌ ୫ଟା) କଡ଼ାକଡ଼ି ପାଳନ କରନ୍ତୁ।

Share Now:

Kalinga News Beuro

Next Post

୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସିଲ୍‌

Fri Jun 12 , 2020
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିସନର ସିଲ୍‌ କରିଛନ୍ତି। କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଓ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆସନ୍ତା ରବିବାର ରଜ ପଡ଼ୁଥିବାରୁ ମଲ୍‌ ଓ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ରହିବାରୁ ବିଏମସି ପକ୍ଷରୁ ମାର୍କେଟ ବିଲ୍‌ଡିଂକୁ ସିଲ୍ କରାଯାଇଛି। ଏହି ସିଲ୍ ୭ ଦିନ ପର୍ଯ୍ୟନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial