ଆଜିଠୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ ରାଜଧାନୀବାସୀ

ଆଜିଠୁ ରାଜଧାନୀବାସୀଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ

ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ରାଜଧାନୀବାସୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ। କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ମନ୍ଦିରକୁ ପ୍ରବେଶ କରିବେ। ତେଣୁ ଆଜିଠାରୁ ରାଜଧାନୀବାସୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଗତକାଲି ଏ ନେଇ ବିଏମ୍‌ସି ପକ୍ଷରୁ ସମୀକ୍ଷା କରାଯାଇଛି। ମନ୍ଦିର ନିକଟରେ କୋଭିଡ୍‌ ପରୀକ୍ଷା, ଜୋତା ଷ୍ଟାଣ୍ଡ ଓ ଶ୍ରଦ୍ଧାଳୁଙ୍କ ବ୍ୟାରିକେଡ୍‌ ସମ୍ପର୍କରେ ଅନୁଧ୍ୟାନ କରିଥିଲା ବିଏମ୍‌ସି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରବାସୀଙ୍କୁ ୩ ଦିନ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ଦିଆଯାଇଛି। ଜାନୁଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନାଗରିକମାନଙ୍କୁ କୋଭିଡ୍‌-୧୯ ସୁରକ୍ଷା ମାର୍ଗଦର୍ଶିକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ। ଏଥିପାଇଁ ମନ୍ଦିରର ସିଂହଦ୍ବାର ନିକଟରେ ସ୍ବତନ୍ତ୍ର କୋଭିଡ୍‌ କ୍ୟାମ୍ପ ପକାଯାଇଛି। ପରୀକ୍ଷା କରିବା ପରେ ନେଗେଟି ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ଟୋକନ୍‌ ଦିଆଯିବ। ସେମାନେ ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ଜାନୁଆରି ୬ ତାରିଖରୁ ମନ୍ଦିର ସମସ୍ତଙ୍କ ପାଇଁ ଖୋଲା ରହିବ। ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ ସୁଯୋଗ ମିଳିବ। ଏଥିପାଇଁ ମନ୍ଦିର ବାହାରେ ବ୍ୟାରିକେଡ୍‌କୁ ପୁଲିସକୁ ହସ୍ତାନ୍ତର କରାଯିବ। ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କ୍ରିନିଂ ଓ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ମନ୍ଦିର ଭିତରକୁ ଏକାବେଳେ ୫ଶହ ଲୋକ ପ୍ରବେଶ କରିବାକୁ ନିୟମ କରାଯାଇଛି। ଏ ନେଇ ଆଜି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଆଡିସନାଲ୍‌ କମିସନର କମଲ୍‌ଜିତ ଦାସ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ବିଡିଏ, ଓବିସିସି, ପୂର୍ତ ବିଭାଗ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ସମୀକ୍ଷା କରିଥିଲେ।

Share Now:

Kalinga News Beuro

Next Post

କଡ଼ା‌କଡ଼ି ହେଲା ଡବଲ୍ ହେଲମେଟ୍‌: ଦ୍ୱିତୀୟ ଦିନରେ ଧରାପଡ଼ିଲେ ୭୫

Sun Jan 3 , 2021
ଭୁବନେଶ୍ୱର: ସରକାରଙ୍କ ଘୋଷଣା ମୁତାବକ ବାଇକରେ ଡବଲ ହେଲମେଟ ଏନ୍‌ଫୋର୍ସମେଣ୍ଟକୁ ଜୋରଦାର କରିଛି କମିସନରେଟ ପୁଲିସ। ଆଜି ୧୨ଟି ଜାଗାରେ ଯାଞ୍ଚ ହୋଇଥିବା ବେଳେ ୭୫ଜଣ ବିନା ହେଲମେଟରେ ଧରା ପଡ଼ି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ଗତକାଲି ପ୍ରଥମ ଦିନରେ ୫୦ଜଣ ଧରା ପଡ଼ିଥିଲେ। ତେଣେ ପୂର୍ବରୁ ହୋଇଥିବା ସଚେତନତା ଫଳରେ ଆଜି ଅନେକ ସହଯାତ୍ରୀ ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ […]
କଡ଼ା‌କଡ଼ି ହେଲା ଡବଲ୍ ହେଲମେଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial