ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ଜନସ୍ବାର୍ଥ ମାମଲା

ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା

ଯାଜପୁର: ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରଥଯାତ୍ରା ନହେବାର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କରେନା କଟକଣା ଗାଇଡଲାଇନ ଭିତରେ ରଥଯାତ୍ରା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଆଇନଜୀବୀ ବିପ୍ଲବ କୁମାର ତ୍ରିପାଠୀଙ୍କ ଜରିଆରେ ମାନ୍ୟବର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।
ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ବିରଜା ରଥୋତ୍ସବ ଅନୁଷ୍ଠିତ ହେବାକୁ ଅଛି। ତେବେ ରଥଯାତ୍ରା ବନ୍ଦ ହୋଇଗଲେ ଧର୍ମୀୟ ଭାବନା କୁଠାରଘାତ ହେବା ସହ ଦୀର୍ଘ ବର୍ଷର ପରମ୍ପରା ଛିନ୍ନ ହେବ। ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉନଥିବା ବେଳେ ତାହା କେବଳ ବିରଜାକ୍ଷେତ୍ରରେ ମାଙ୍କ ରଥଯାତ୍ରା କରାଯାଏ। ତେହାକୁ ବନ୍ଦ କରିବା ଉଚିତ ନୁହଁ ବୋଲି ବିରଜା ମନ୍ଦିର ସେବାୟତ ପରିଷଦ ଦାବି କରିଛି। ତେଣୁ ଯେଉଁ ପରି ଭାବେ ମାନ୍ୟବର ହାଇକୋର୍ଟ ଓ ସୁପ୍ରମିକୋର୍ଟ ପୁରୀ ରଥଯାତ୍ରା ହେବା ଉପରେ ବିଚାର କରି ରାୟ ପ୍ରକାଶ କରିଥିଲେ ଯାଜପୁରରେ ବି ସମାନ ଢ଼ଙ୍ଗରେ କରୋନା କଟକଣା ଭିତରେ ରଥଯାତ୍ରା କରିବାକୁ ଅନୁମତି ମିଳୁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଗୋଟିଏ ପଟେ ରଥ ନିର୍ମାଣ କାର୍ଯ୍ୟ ଜାରି ଥିବା ବେଳେ ଏଠାରେ ରଥଯାତ୍ରକୁ ପୂର୍ବପୁରୁଷ ପାଳି ଆସୁଛନ୍ତି। ଦୁର୍ଗା ପୂଜାରେ ମା ରଥରେ ବସି ନଅ ଦିନ ଧରି ବେଢ଼ା ପରିକ୍ରମା କରନ୍ତି। ତେଣୁ ଧର୍ମୀୟ ଦୃଷ୍ଟି କୋଣରୁ ଏହାକୁ କରୋନା ଆଳରେ ବନ୍ଦ କରିଦେବା ଉଚିତ ହେବନି ବୋଲି ବିଭନ୍ନ ମହଲରେ ପ୍ରଶ୍ନ ଉଠଛି। ତେବେ ନ୍ୟାୟ ପାଇଁ ସେବାୟତ ପରିଷଦ ପକ୍ଷରୁ ଯୁବ ଆଇନଜୀବୀ ବିପ୍ଲବ କୁମାର ତ୍ରିପାଠୀ ଡବ୍ଲୁ ପିସି ୨୩୬୫୦/୨୦୨୦ରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଯାହାକି ଏହି ଅଭିଯୋଗରେ ମାନ୍ୟବର କୋର୍ଟଙ୍କୁ ଆଇନଜୀବୀ ବିରଜା ମନ୍ଦିରରେ ସମସ୍ତ କୋଭିଡ କଟକଣା, ପୁରୀ ଶୈଳୀରେ ରଥଯାତ୍ରା କରାଯାଉ ବୋଲି ପ୍ରାର୍ଥନା କରାଯାଇଛି ଏବଂ ମାନ୍ୟବର କୋର୍ଟ ଏଥିପ୍ରତି ଉଚିତ ଦୃଷ୍ଟି ଦେବେ ବୋଲି ଆଇନଜୀବୀ ଶ୍ରୀ ତ୍ରିପାଠୀ କହିଛନ୍ତି। ସେହିପରି ବିରଜା ମନ୍ଦିର ସେବା ପରିଷଦ ସଭାପତି ଦେବୀ ପ୍ରସାଦ ପାଣି ଏହି ମାମଲା ପୂଜକଙ୍କ ସପକ୍ଷରେ ଯିବ। ମା ବିରଜା ଓ କୋର୍ଟ ଉପରେ ଯଥେଷ୍ଟ ବିଶ୍ବାସ ରହିଛି। ଧର୍ମର ଜୟ ହେବ ବୋଲି ସେ ନିଜ ମନ୍ତବ୍ୟରେ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଆଜି କ୍ୟାବିନେଟ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

Tue Sep 15 , 2020
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି। ଏହାସହିତ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବ ରହିଛି। ସେହିପରି ସର୍ବସାଧାରଣଙ୍କ ସ୍ବାର୍ଥ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial