ଶ୍ରଦ୍ଧାଳୁଙ୍କ ପାଇଁ ଫେବୃଆରୀରୁ ପହିଲାରୁ ‌ଖୋଲିବ ବଡ଼ଦେଉଳ

ଶ୍ରୀମନ୍ଦିର

ପୁରୀ: ତିନି ଦିନ ପରେ ପୁଣି ଥରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ସିଂହଦ୍ବାର ଆଗରେ ପୁଣି ଲୋକାରଣ୍ୟ ଦେଖାଯିବ। ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର କମ୍ପିବ। ଆସନ୍ତା ଫେବୃଆରୀ ୧ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଏନେଇ ଆଜି ଅପରାହ୍ନରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଖୋଲିବା‌ ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିବେ। ପୂର୍ବରୁ ଜାରି ହୋଇଥିବା ଏସ୍‌ଓପି ଅନୁସାରେ ଦର୍ଶନ ବ୍ୟବସ୍ଥା ରହିବ। ପ୍ରତି ରବିବାର ଶ୍ରୀମନ୍ଦର ସାଧାରଣ ଭକ୍ତଙ୍କ ଲାଗି ବନ୍ଦ ରହିବ।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶକଙ୍କ ପାଇଁ କଟକଣା ଲାଗୁ କରାଯାଇଥିଲା। ୧୦ ତାରିଖ ଠାରୁ ଜାନୁଆରି ୩୧ ତାରିଖ ଯାଏଁ କଟକଣା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share Now:

Kalinga News Beuro

Next Post

କୁବେର ଶିକ୍ଷକ : ଏକକାଳୀନ ୬ଟି ସ୍ଥାନରେ ଭିଜିଲାନସର ଚଢ଼ଉ

Sat Jan 29 , 2022
ନଗଦ ୨.୮୮ ଲକ୍ଷ, ୪୦୮ ଗ୍ରାମ ସୁନା ଓ ୨୨୯ ଗ୍ରାମ ରୁପା ଠାବ ରାୟଗଡ଼ା/କାଶୀପୁର: ଭିଜିଲାନସ୍ ପଞ୍ଝାରେ ପଡ଼ିଛନ୍ତି କାଶୀପୁର ବ୍ଲକ୍ କମ୍ପର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିଶିର କୁମାର ସେମିଳି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସର ୬ଟି ଟିମ୍ ଶିଶିରଙ୍କ ନୂଆପଡାସ୍ଥିତ ବାସ ଭବନରେ ଚଢ଼ଉ କରିଛନ୍ତି। ଜୟପୁର ଭିଜିଲାନସ୍ କୋର୍ଟର ସ୍ବତନ୍ତ୍ର ଜଜଙ୍କ ନିର୍ଦେଶକ୍ରମେ ହୋଇଥିବା ଚଢ଼ଉରେ ଚଢ଼ଉରେ ଭିଜିଲାନସର ୪ […]
କୋଟିପତି ଶିକ୍ଷକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial