ପୁରୀ: ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା ସଂପର୍କରେ ଅନେକ ଅବଗତ ହୋଇଥିବେ। ଆଜି ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଗକୁ ବଢ଼ିନାହିଁ। ତେଣୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି। ଗୋପାଳବଲ୍ଲଭ ନୀତି ଏଯାଏଁ ଅନୁଷ୍ଠିତ ହୋଇନି। ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ଶରଧାବାଲିରେ ଗତକାଲି ଦବେୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ନପହଂଚିବାକୁ ନେଇ ଚାଲିଛି କାରଣ ଖୋଜା। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ। ରଥ କେଉଁଆଡ଼କୁ ମୋଡ଼ ନେବ, ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। କିନ୍ତୁ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା ବୋଲି ଅଭିଯୋଗ ରହିଛି। ଯେଉଁଥିପାଇଁ ତିନି ରଥ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଆଉ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।
ରଥ ଉପରେ ଶ୍ରୀଜୀଉଙ୍କ ନୀତି ବିଳମ୍ବ : ଏ ଯାଏଁ ଉପାସରେ ଶ୍ରୀଜିଉ

Share Now: