ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ନିଷିଦ୍ଧ ହେବନି ହୋଲି ପାଳନ

ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର

ମୁଣ୍ଡ ନୁଆଁଇଲେ ପାକ ସରକାର

ଇସ୍ଲାମାବାଦ : ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଁଇଛନ୍ତି ପାକ ସରକାର। ଫଳରେ ଏହି କଟକଣାକୁ ପ୍ରତ୍ୟାହାର କରାଯାଇଛି। ଗତ ଜୁନ୍ ୧୨ ରେ ପାକିସ୍ତାନର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳିତ ହୋଇଥିଲା। ଏହି ସମୟରେ ହୋଲିର ରଙ୍ଗରେ ଛାତ୍ରଛାତ୍ରୀମାନେ ମସ୍ତି କରୁଥିବାର ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏହାକୁ ଇସଲାମ ପ୍ରତି ବିପଦ ଭାବି ପାକିସ୍ତାନ ସରକାର ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ତୀବ୍ର ସମାଲୋଚନା ପରେ ପାକିସ୍ତାନ ସରକାର ଏବେ ହୋଲି ପର୍ବ ପାଳନ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା ସଲମାନ ସୁଫି କହିଛନ୍ତି ଯେ ଏହି ବିବାଦୀୟ ଆଦେଶକୁ ହଟାଇବାକୁ ଏଚଇସିକୁ ପାକିସ୍ତାନର ଶିକ୍ଷାମନ୍ତ୍ରୀ ରାଣା ତନବୀର ହୁସେନ ପରାମର୍ଶ ଦେଇଛନ୍ତି। ଏକ ଟୁଇଟ୍ କରି ସୁଫି ଲେଖିଛନ୍ତି ଯେ ଧାର୍ମିକ ଓ ସାଂପ୍ରଦାୟିକ ସଦ୍ଭାବ ସ୍ଥାପନ କରୁଥିବା ଉତ୍ସବଗୁଡ଼ିକ ଉପରେ କଟକଣା ନୁହେଁ, ସେଗୁଡ଼ିକୁ ପାଳନ କରାଯିବା ଦରକାର। ଆମେ ଆମ ସମାଜରେ ବିଭେଦ ନ କରି ଏକତା ଆଣିବା ଆବଶ୍ୟକ।

Share Now:

Kalinga News Beuro

Next Post

ସରିଲା ବିରୋଧୀଙ୍କ ମାନସମନ୍ଥନ : ଶିମଲାରେ ହେବ ପରବର୍ତ୍ତୀ ବୈଠକ

Fri Jun 23 , 2023
ପାଟନା: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଆଜି ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିକାର ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ବିରୋଧୀ ଦଳର ଏହି ବୈଠକ ପ୍ରାୟ ୪ […]
ବିରୋଧୀ ଦଳଙ୍କ ମାନସମନ୍ଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial