ଆଜି ମହାଶିବରାତ୍ରୀ: ପଞ୍ଚାକ୍ଷରୀରେ ଝଂକୃତ ହେଉଛି ଏକାମ୍ରକ୍ଷେତ୍ର

ଆଜି ମହାଶିବରାତ୍ରୀ

ରାତି ୧୦ଟାରେ ଉଠିବ ମହାଦୀପ, ମହାଦୀପ ନେବେ ୫ ସମର୍ଥା

ପୁରୁଣା ଭୁବନେଶ୍ୱର : ଆଜି ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ ଝଂକୃତ ହେଉଛି ଏକାମ୍ରକ୍ଷେତ୍ର। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମନ୍ଦିରମାଳିନୀ ଭୁବନେଶ୍ବରର ବିଭିନ୍ନ ଶୈବପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସ୍ଥିର ହୋଇଥିବାବେଳେ ମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛନ୍ତି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମିଶ୍ର ସେବାୟତଙ୍କ ସହ ଆଲୋଚନା କରିଥିବାବେଳେ ସେବାୟତମାନେ ଠିକଣା ସମୟରେ ମହାଦୀପ ଉଠାଇବେ ବୋଲି କହିଛନ୍ତି। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ଥିବା ଜିଲ୍ଲାପାଳ କହିଛନ୍ତି। ମହାଶିବରାତ୍ରୀ ପାଇଁ ଶ୍ରୀଲିଙ୍ଗାରାଜଙ୍କ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୨.୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିଛି। ଭୋର ୩ ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଛି। ଏହାପରେ ଭୋର ୪ ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ଓ ପୂଜାପାଠ କରିଥିଲେ। ୧୧.୩୦ ମିନିଟ୍‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ୨ଟା୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ ପରେ ଅପରାହ୍ନ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନର ସୁଯୋଗ ମଳିବ। ଅପରାହ୍ନ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀରକିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼, ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ ଓ ଟେରା ଫିଟା ନୀତି ଅନୁଷ୍ଠିତ ହୋଇସାରିଛି। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ। ତେବେ ମହାଦୀପ ଉଠିବା ପରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିବାକୁ ବାରଣ କରାଯାଇଛି।

Share Now:

Kalinga News Beuro

Next Post

ଫୁଲ ଦର ଆକାଶଛୁଆଁ: କେତକୀ ୧୫ଶହ, କିଆ ୫ଶହ

Thu Mar 11 , 2021
ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ ଫୁଲ ବଜାରରେ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୫ଶହ ଟଙ୍କାରେ ବିକ୍ରି ହେଉଥିବାବେଳେ କିଆ ଫୁଲ ଗୋଟା ୫ ଶହ ଟଙ୍କା ପଡ଼ୁଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ ଫୁଲ ହେଉଛି […]
ଫୁଲ ଦର ଆକାଶଛୁଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial