ରାୟଦୁର୍ଗରେ ୬୦୦୦ ବର୍ଷର ପ୍ରସ୍ତର ଯୁଗୀୟ ସାମଗ୍ରୀ

ରାୟଦୁର୍ଗରେ ୬୦୦୦ ବର୍ଷର ପ୍ରସ୍ତର ଯୁଗୀୟ ସାମଗ୍ରୀ

ହାଇଦ୍ରାବାଦ : ଶନିବାର ରାୟଦୁର୍ଗର ବିଏନ୍‌ ରେଡ୍ଡୀ ହିଲ୍‌ସର ପ୍ରାକୃତିକ ଶିଳା ତଳୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଛି ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାବି କରିଛନ୍ତି। ହାଇଦ୍ରାବାଦରେ ୬୦୦ ବର୍ଷ ତଳର ସାମଗ୍ରୀ ମିଳିବାର ଏହା ହେଉଛି ପ୍ରଥମ ଘଟଣା।ଖ୍ରୀଷ୍ଟପୂର୍ବ ୧୨,୦୦୦ରୁ ୬୦୦୦ ବର୍ଷର ଅବଧିକୁ ନୂତନ ପ୍ରସ୍ତର ଯୁଗ ବୋଲି କୁହାଯାଇଥାଏ। ପୂର୍ବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଥିଲେ ମଧ୍ୟ ହାଇଦ୍ରାବାଦରୁ ମିଳି ନ ଥିଲା। ହାଇଦ୍ରାବାଦର ମୌଲା ଅଲି, ଲିଙ୍ଗାମପାଲି (ବର୍ତ୍ତମାନ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପରିସର) ଏବଂ ହସମଥପେଟରୁ ମିଳିଥିବା ସମସ୍ତ ପୋତା ଜିନିଷ, ବାସନକୁସନ ଓ ଉପକରଣ ହେଉଛି ପରବର୍ତ୍ତୀ ପ୍ରାଗୈତିହାସିକ ଯୁଗର ବୋଲି ବିଶ୍ୱାସ କରାଯାଉଛି। ଏଣୁ ହାଇଦ୍ରାବାଦରେ ନୂତନ ପ୍ରସ୍ତର ଯୁଗୀୟ ସମୟରେ ମନୁଷ୍ୟ ବସତି ରହିଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି।
ପ୍ରତ୍ନତତ୍ତ୍ୱବିତ୍‌ ତଥା ପ୍ଲିଚ୍ ଇଣ୍ଡିଆ ଫାଉଣ୍ଡେସନର ସିଇଓ ଏମାନି ଶିବାଙ୍ଗୀ ରେଡ୍ଡୀ କହିଛନ୍ତି ଯେ, ସେମାନେ ବିଏନ୍‌ଆର୍ ହିଲ୍‌ସର ‘ଟାବେଲୁ ଗୁଣ୍ଡୁ’ (କଚ୍ଛପ ପ୍ରସ୍ତର)ର ଅନୁଧ୍ୟାନ କଲାବେ‌ଳେ ବାସାଲ୍‌ଟ ପ୍ରସ୍ତରରେ ନିର୍ମିତ ଦୁଇଟି ନିଓଲିଟିକ୍ ସେଲ୍‌ଟ (ପଥରରେ ନିର୍ମିତ କୁରାଢ଼ି) ଦେଖିବାକୁ ପାଇଲେ। ଏହାପରେ ରେଡ୍ଡୀଙ୍କ ସହ କୋଥା ତେଲେଙ୍ଗନା ଚରିତ୍ର ବୃନ୍ଦମ୍‌ର ଆବାହକ ଶ୍ରୀରାମୋଜୁ ହରଗୋପାଳ ଉକ୍ତ ସ୍ଥାନ ପରିଦର୍ଶନରେ ଯାଇ ଆଉ କେତେକ ପ୍ରାଗୈତିହାସିକ ସାମଗ୍ରୀ, ପ୍ରସ୍ତର କଳା ଓ ଦୁଇଟି ପଥର କୁରାଢ଼ି ଟାବେଲୁ ଗୁଣ୍ଡୁ ତଳୁ ପାଇଥିଲେ।

Share Now:

Kalinga News Beuro

Next Post

ଆଜିଠାରୁ ଦୟାୱେଷ୍ଟ କେନାଲ ରାସ୍ତା ପାଇଁ ସର୍ଭେ

Mon May 22 , 2023
ମାଗଣାରେ କରିବ ‘ନିଶ୍ୱାସ’, ଗଠନ ହେଲା ୭ ଟିମ୍‌ ଭୁବନେଶ୍ୱର : ଦୟାୱେଷ୍ଟ କେନାଲ ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନିର୍ମାଣ ପ୍ରସଙ୍ଗ ଆଉ ପାଦେ ଆଗେଇଛି। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮ କିମି କେନାଲର ଉଭୟ ପାର୍ଶ୍ଵ ଆଜିଠାରୁ ସର୍ଭେ ହେବାକୁ ଯାଉଛି। ଏଥିପାଇଁ ବିଡିଏ ୭ଟି ଟିମ୍‌ ଗଠନ କରିଛି। ‘ନିଶ୍ୱାସ’(ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ ସାଇନ୍ସ) ଅନୁଷ୍ଠାନକୁ […]
ଦୟାୱେଷ୍ଟ କେନାଲ ରାସ୍ତା ପାଇଁ ସର୍ଭେ ଆଜିଠୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial