ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ-ବିଏମସି କମିସନର

ବିଏମସି କମିସନର

ମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀର ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ। ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି। ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି , ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କହିଛନ୍ତି ବିଏମସି କମିଶନର। ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେପଟେ ଆଜି ସକାଳେ ଭୁବନେଶ୍ୱର ରାମମନ୍ଦିର ସମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଣ୍ଟ ବାଡ଼େଇ ଶଙ୍ଖ ଫୁଙ୍କି ଆନ୍ଦୋଳନ କରାଯାଇଛି। ସାମାଜିକ ଦ୍ୱରତା ଓ ମାସ୍କ ପିନ୍ଧି ଆନ୍ଦୋଳନରେ ଯୋଗ ଦେଇଛନ୍ତି ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକ। ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରଖିଛନ୍ତି। ପ୍ରଶାସନର ଅବହେଳାକୁ ନେଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ୫ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଚଳିତ ଅନଲକ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ସଙ୍କେତ ଦେଇଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଦାୟିତ୍ବ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ମନ୍ଦିର ନ ଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ।

Share Now:

Kalinga News Beuro

Next Post

କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

Sat Nov 7 , 2020
ଭୁବନେଶ୍ୱର : ଶୀତ ଦିନ ଆସୁଥିବାରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାର ନାମ ‘ଲକ୍ଷ୍ମଣରେଖା’ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯିବ, ସେମାନେ ପୁଲିସ ମେଡିକାଲ ଡାକ୍ତରଙ୍କ ନଜରରେ ରହିବେ। ଯଦି ୫ଦିନ ଭିତରେ ଥଣ୍ଡା, କାଶ, ଜ୍ବର ନ କମିଲା, ତାହାଲେ କୋଭିଡ୍ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଫଳରେ ପ୍ରାଥମିକ ସ୍ତରରେ […]
କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial