ଏଥର ଦୀପରେ ଦୀପାବଳି : କାଳୀପୂଜା ପାଇଁ ପ୍ରସ୍ତୁତି

ଦୀପରେ ଦୀପାବଳି

ଭୁବନେଶ୍ୱର : କରୋନା ସବୁକିଛି ଯେମିତି ଉଜାଡି ଦେଇଛି।ଏ ବର୍ଷ କୌଣସି ପୂଜା ପାର୍ବଣ ସେମିତି ଜାକଜମକରେ ହୋଇପାରୁନି। ଏଥର ମଧ୍ୟ ଦୀପାବଳିରେ ଫୁଟିବନି ବାଣ। ଜମିବନି ଆତସବାଜିର ପ୍ରତିଯୋଗିତା। ବିନା ଢୋ ଢାରେ ଦୀପରେ ବିତିବ ଦୀପାବଳି। ଦୀପ ଓ ଆଲୁଅମାଳାରେ ଘରକୁ ରଙ୍ଗିନ କରି ଦୀପାବଳି ପାଳିବାକୁ ଆରମ୍ଭ ହୋଇଗଲାଣି ସଜବାଜ। ଏନେଇ ଗତକାଲି ରାଜଧାନୀର ପ୍ରମୁଖ ବଜାରମାନଙ୍କରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୀପ, କାଉଁରିଆ କାଠି, ଆଖୁଠୁ ନେଇ ବିଭିନ୍ନ ସପିଂ ମଲ୍‌ରେ ବି ନୂଆ ପୋଷାକ କିଣିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲିଚୁ ମାଳା ବିକ୍ରି ପାଇଁ ଅସ୍ଥାୟୀ ଦୋକାନମାନ ଖୋଲିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ମୃତ୍ତିକା’ ପ୍ରଦର୍ଶନୀରୁ ମାଟି ଦୀପ କିଣିବାକୁ ପ୍ରବଳ ଭିଡ଼ ହୋଇଥିଲା। ସେହିଭଳି ଦୀପାବଳିରେ ମା’ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କାର୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରିରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କ ପୂଜାର୍ଚ୍ଚନା କରିବା ପାଇଁ ରାଜଧାନୀର ବିଭିନ୍ନ କାଳୀ ମନ୍ଦିରରେ ପ୍ରସ୍ତୁତି ହୋଇଛି। ବିଶେଷକରି ସତ୍ୟନଗର କାଳୀ ମନ୍ଦିରରେ ମା’ଙ୍କୁ ବିଭିନ୍ନ ବେଶରେ ପୂଜାର୍ଚ୍ଚନା କରାଯିବାକୁ ଥିବା ବ‌େଳେ ଏଥର କିନ୍ତୁ ମୀନାବଜାରର ଆଡ଼ମ୍ବର ଦେଖିବାକୁ ମିଳିବ ନାହିଁ। ସେହିପରି ବରମୁଣ୍ଡା ଦକ୍ଷିଣ କାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବ‌େଳେ ଏଥର କେବଳ ମା’ଙ୍କ ପୂଜା ଗୁରୁତ୍ବ ବହନ କରିବ ବୋଲି ସୂଚନା ମିଳିଛି। ରାମକୃଷ୍ଣ ମିଶନ, ସହିଦନଗର, ଗଙ୍ଗନଗରରେ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି କରାଯାଇଛି।

Share Now:

Kalinga News Beuro

Next Post

ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି

Fri Nov 13 , 2020
ବ୍ରହ୍ମପୁର : ନିକଟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଆଗକୁ ପିପିଲି ଉପନିର୍ବାଚନ। ୨ ବର୍ଷ ତଳୁ କାର୍ଯ୍ୟକାଳ ସରିଥିଲେ ହେଁ ପୌର ନିର୍ବାଚନ କେବେ ହେବ ଅନିଶ୍ଚିତ। ଏବେ ସବୁ ରାଜନୈତିକ ଦଳର ଫୋକସ୍‌ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ। ଏଥିଲାଗି ବିଗତ କିଛି ମାସ ତଳୁ ଯଦିଓ ଗାଁ ରାଜନୀତି ପାଣିପାଗ ବଦଳିବା ଲକ୍ଷ୍ୟ କରାାଇଛି, ଏବେ ଧୀରେ ଧୀରେ ତାତି ବଢ଼ିବା ଆରମ୍ଭ ହୋଇଛି। […]
ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial