ଦଶହରା ପାଇଁ ଗାଇଡଲାଇନ ଜାରି କଲେ ସରକାର

ପାର୍ବଣ ପାଇଁ ଗାଇଡଲାଇନ ଜାରି କଲେ ସରକାର

୪ ଫୁଟ ମଧ୍ୟରେ ରହିବ ମୂର୍ତ୍ତିର ଉଚ୍ଚତା, ଭସାଣି ଶୋଭାଯାତ୍ରାକୁ ନା’

ଭୁବନେଶ୍ବର : ଆଗକୁ ଆସୁଛି ପାର୍ବଣ ଋତୁ, ସେଥିପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଆସନ୍ତା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ପାଳନ ଲାଗି ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିଶନର ଏହି ଗାଇଡଲାଇନ ଜାରି କରିଛନ୍ତି। ଏହି କଟକଣା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଲାଗୁ ହେବ। ଏହି ଗାଇଡଲାଇନ ଅନୁସାରେ ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ। କଟକ ଓ ଭୁବନେଶ୍ବର ସହର ପାଇଁ କମିଶନରେଟ ପୁଲିସ ବା ତାଙ୍କ ଦ୍ବାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ମିଳିପାରିବ। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ। ୪ଫୁଟ ଉଚ୍ଚତା ମଧ୍ୟରେ ମୂର୍ତ୍ତି ନିର୍ମାଣ ହୋଇପାରିବ। ଏସବୁ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି। କର୍ତ୍ତାଙ୍କୁ ନେଇ ମଣ୍ଡପରେ ଏକସମୟରେ ୭ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ। ଯେଉଁମାନେ ମଣ୍ଡପରେ ରହିବେ ସେମାନେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ବ ପାଳନ କରିବେ। ପୂଜା ମଣ୍ଡପକୁ ତିନିପଟୁ ବନ୍ଦ କରାଯିବ। ପୂଜା କମିଟିର କର୍ମକର୍ତ୍ତାମାନେ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି ନିୟମକୁ ପାଳନ କରିବେ। କୌଣସି ଭସାଣି ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ, କେବଳ ପ୍ରଶାସନ ଦ୍ବାରା ପ୍ରସ୍ତୁତ କୃତ୍ରିମ ପୋଖରୀରେ ଭସାଣି କରିହେବ। ପୂଜା ସମୟରେ କୌଣସି ପ୍ରକାରର ମନୋରଂଜନ, ସଂଗୀତ ଆଦି କାର୍ଯକ୍ରମ ହୋଇପାରିବ ନାହିଁ।

Share Now:

Kalinga News Beuro

Next Post

ନବୀନଙ୍କୁ ଫୋନ କଲେ ନିତିଶ: ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ସମର୍ଥନ ଲୋଡିଲେ

Thu Sep 10 , 2020
ଭୁବନେଶ୍ବର : ରାଜ୍ୟସଭା ଉପସଭାପତି ନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାର ମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ କୁମାର। ଆଜି ନିତିଶ ଫୋନ କରି ନବୀନଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି। ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ତରଫରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହେଉଥିବାବେଳେ ତାଙ୍କର ବିଜୟ ପାଇଁ ବିଜେଡ଼ିର […]
ନବୀନଙ୍କୁ ଫୋନ କଲେ ନିତିଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial